ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୬୦ ହଜାର ଟଙ୍କାରୁ ଅଧିକ ହୋଇଛି। ଏପ୍ରିଲ୍ରେ ପଠାଯିବାକୁ ଥିବା ସୁନାର ଦାମ୍ ୯୭୬ ଟଙ୍କା ବୃଦ୍ଧି ପାଇ ୬୦,୩୫୯ ଟଙ୍କା ହୋଇଛି। ବଜାରରେ ସୁନା ଦର ଏପରି ଭାବରେ ବଢ଼ୁଥିବାବେଳେ ସାଧାରଣ ଲୋକଙ୍କର ଚିନ୍ତା ଦ୍ୱିଗୁଣିତ ହୋଇଛି। କିପରି ବିବାହ କାର୍ଯ୍ୟ କରିବେ, କଣ କରିବେ ତାହା ସମସ୍ତଙ୍କୁ ଭୟଭୀତ କଲାଣି।ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୨୦୨୦ ଡଲାରକୁ ବୃଦ୍ଧି ପାଇଛି। କିଛି ଦିନ ଭିତରେ ସୁନା ମୂଲ୍ୟ ୬୨ ହଜାର ଟଙ୍କା ହୋଇଯିବ ବୋଲି ଆକଳନ କରାଯାଇଛି।
ଭାରତରେ ରୁପା ଦାମ୍ ମଧ୍ୟ କେଜି ପିଛା ୭୨୧ ଟଙ୍କା ବୃଦ୍ଧି ପାଇ ୬୯,୨୨୨ ଟଙ୍କା ହୋଇଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୨୨-୨୩ ଡଲାର ମଧ୍ୟରେ ରହିଛି। କିଛି ଦିନ ଭିତରେ ଦେଶରେ ରୁପା ଦାମ୍ ୭୧ ହଜାର ଟଙ୍କାରୁ ଅଧିକ ହୋଇଯିବ। ତେବେ ଯଦି ଏହି ସ୍ଥିତି ଆଗକୁ ଲାଗି ରୁହେ ତେବେ କରିସ୍ଥିତି କଣ ହେବ ତାହା ଚିନ୍ତାର ବିଷୟ।
ଅଧିକ ପଢ଼ନ୍ତୁ ଦେଶ ଖବର: