ଏହି ଅବସରରେ ଆଜି ଅପରାହ୍ନ ୩.୩୦ସମୟରେ ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିବେ ।ସୂଚନା ଥାଉ କି, ମନମୋହନ ସାମଲ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦାୟିତ୍ବ ତୁଲାଇଥିଲେ।
ଅଧିକ ଖବର ପଢ଼ନ୍ତୁ: ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ମନମୋହନ
ମନମୋହନ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ଥର ଦଳର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିସାରିଛନ୍ତି। ମନମୋହନ ବିଜେଡି-ବିଜେପି ମେଣ୍ଟ ସରକାର ବେଳେ ମନ୍ତ୍ରୀ ଥିଲେ।