ସେ ନିଜର ନିର୍ଭୀକ ସେବା ଏବଂ ଯୁଦ୍ଧକାଳୀନ ଚିକିତ୍ସା କ୍ଷେତ୍ରରେ ନୂତନତ୍ୱ ମାଧ୍ୟମରେ ଅଗଣିତ ଜୀବନ ରକ୍ଷା କରିଥିଲେ । ସେ 1870 ମସିହାରେ ଭେରା ଇଗନାଟିଭନା ଗେଡ୍ରୋଏଟ୍ସରେ ଜନ୍ମ ଗ୍ରହଣ କରିଥିଲେ । କିଶୋର ଅବସ୍ଥାରେ ସେ ଋଷ ଛାଡି ସ୍ୱିଜରଲ୍ୟାଣ୍ଡରେ ମେଡିସିନ୍ ପାଠ ପଢଥିଲେ । ଏବଂ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଡକ୍ଟର ଗେଡ୍ରୋଏଟ୍ସ ଭାବରେ ଘରକୁ ଫେରିଥିଲେ । ଖୁବ୍ ଶୀଘ୍ର ସେ ଏକ ଡାକ୍ତରଖାନାରେ ସର୍ଜନ ଭାବରେ ତାଙ୍କର ଡାକ୍ତରୀ କ୍ୟାରିଅର୍ ଆରମ୍ଭ କରିଥିଲେ ।
1904 ମସିହାରେ ଋଷ-ଜାପାନ ଯୁଦ୍ଧ ଆରମ୍ଭ ହୋଇଥିଲା । ଡକ୍ଟର ଗେଡ୍ରୋଏଟ୍ସ ସ୍ୱେଚ୍ଛାକୃତ ଭାବରେ ରେଡକ୍ରସ ହସ୍ପିଟାଲ ଟ୍ରେନରେ ସର୍ଜନ ଭାବରେ କାର୍ଯ୍ୟ ତୁଲାଇଥିଲେ । ଶତ୍ରୁର ଧମକ ସତ୍ତ୍ୱେ ସେହି ଟ୍ରେନରେ ସେ ଏକ ଜଟିଳ ପେଟ ଅପରେସନ କରିଥିଲେ । ଯେଉଁ କୌଶଳକୁ ଋଷ ସରକାର ନୂତନ କୌଶଳର ମାନ୍ୟତା ଦେଇଥିଲେ । ଏହାପରେ ତାଙ୍କ କ୍ୟାରିଅରରେ ସେ ଖୁବ ସଫଳତା ହାସଲ କରିଥିଲେ । ଯାହାକୁ ଗୁଗୁଲ ତାହାର ଡୁଡୁଲରେ ସ୍ଥାନ ଦେଇଛି ।