ନାରୀଶକ୍ତି ବନ୍ଦନ ବିଧେୟକ କାର୍ଯ୍ୟକାରୀ ହେଲେ ଲୋକସଭା ସମେତ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । ଅର୍ଥାତ ଲୋକସଭାରେ 543 ଆସନ ଆସନ ମଧ୍ୟରୁ 181ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ସେହିପରି ଓଡ଼ିଶା ବିଧାନସଭାର 147 ଆସନ ମଧ୍ୟରୁ 49ଟି ଆସନ ରିଜର୍ଭ ରହିବ ମହିଳାଙ୍କ ପାଇଁ ।
ଏହା ବ୍ୟତିତ ଅନୁସୂଚୀତ ଜାତି ଓ ଜନଜାତିଙ୍କ ଲାଗି ଧାର୍ଯ୍ୟ ସିଟ୍ରୁ ୩୩ ପ୍ରତିଶତ ସଂରକ୍ଷଣ ସେମାନଙ୍କ ସମାଜର ମହିଳାଙ୍କ ଲାଗି ହେବ । ଏହି ସଂରକ୍ଷଣ ରୋଟେସନ ଆଧାରରେ ଦିଆଯିବ । ବିଲ୍ରେ ଓବିସି ବର୍ଗଙ୍କ ଲାଗି ଅଲଗା କୌଣସି ପ୍ରାବଧାନ ରଖାଯାଇନାହିଁ । ଏପରି ସ୍ଥିତିରେ ଏହା ଦେଖିବାକୁ ବାକି ରହିଲା କି ଆରଜେଡି, ସମାଜବାଦୀ ପାର୍ଟି ଓ ଜେଡିୟୁ ପରି ରାଜନୈତିକ ଦଳଙ୍କର ପ୍ରତିକ୍ରିୟା କ’ଣ ରହୁଛି । ଏହି ସଂରକ୍ଷଣ ନିୟମ ୧୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ପୁଣି ସଂସଦରେ ପ୍ରସ୍ତାବ ପାରିତ କରାଯାଇ ସଂରକ୍ଷଣ ବଢାଯାଇପାରିବ । ଏହି ସଂରକ୍ଷଣ ରାଜ୍ୟସଭା ଓ ବିଧାନ ପରିଷଦରେ ଲାଗୁ ହେବ ନାହିଁ ।
ଆହୁରି ପଢନ୍ତୁ ଭାରତ ଖବର...