ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ପୁନର୍ଗଠନ ହେଲା NPDRR, ଅଧ୍ୟକ୍ଷ ହେଲେ ଅମିତ ଶାହ

ନୂଆଦିଲ୍ଲୀ : ରାଷ୍ଟ୍ର ବ୍ୟାପୀ ଆପତ୍ତକାଳୀନ ସ୍ଥିତି ସହ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସରକାର ନ୍ୟାସନାଲ ପ୍ଲାଟଫର୍ମ ଫର ଡିଜାଷ୍ଟର ରିସ୍କ ରିଡକ୍ସନ (NPDRR)ର ପୁନର୍ଗଠନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହାର ଅଧ୍ୟକ୍ଷ ବିବେଚିତ କରାଯାଇଛି। NPDRRରେ ଶାହ ଅଧ୍ୟକ୍ଷତା କରିବେ।
ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କର, ନରେନ୍ଦ୍ର ସିଂ ତୋମାର, ରମେଶ ପୋଖରିଆଲ, ହର୍ଷବର୍ଦ୍ଧନ, ହରଦୀପ ସିଂ ପୁରୀ ପ୍ରମୁଖ NPDRRରେ ସଦସ୍ୟ ଅଛନ୍ତି।
ଦେଶରେ ଆପତ୍ତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିଷ୍ପତ୍ତି ନେବା ଓ ଆପତ୍ତକାଳୀନ ସ୍ଥିତିରେ କେନ୍ଦ୍ର-ରାଜ୍ୟ ସହ ସମନ୍ଵୟ ସ୍ଥାପନ କରିବା ଏହାର ଲକ୍ଷ୍ୟ ରହିଛି।
Download Argus News App
