ନୋଏଡା: ଗ୍ରେଟର ନୋଏଡାସ୍ଥିତ ଏକ ଆପାର୍ଟମେଣ୍ଟ ଭିତରୁ ଜଣେ ମଧ୍ୟବୟସ୍କ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ପ୍ରଥମେ ମହିଳାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି । ଟିକ୍ଟକ୍ ଭିଡିଓ ମାଧ୍ୟମରେ ଉକ୍ତ ପୁରୁଷ ସହ ମହିଳାଙ୍କ ବନ୍ଧୁତା ହୋଇଥିଲା ।
ମହିଳା ଜଣକ ବିସ୍ରାଖା ଅଞ୍ଚଳରେ ରହୁଥିଲେ ଏବଂ ଗୁରୁବାର ରାତି ପ୍ରାୟ 8 ଟା ବେଳେ ତାଙ୍କ ପୁଅ କାମରୁ ଫେରୁଥିବା ବେଳେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ତାଙ୍କ ପୁଅ ଘରେ ପହଞ୍ଚି ଅନେକ ଥର କବାଟ ବାଡ଼େଇଥିଲା । କିନ୍ତୁ କେହି ଖୋଲିନଥିଲେ । ଫଳେରେ କୌଣସି ପ୍ରକାରେ ଫ୍ଲାଟ୍ ଭିତରକୁ ପଶିଥିଲା ଏବଂ ତାଙ୍କ ମା’ଙ୍କ ମୃତଦେହ ଦେଖିଥିଲା । ପରେ ସେ ପୋଲିସକୁ ଏନେଇ ଖବର ଦେଇଥିଲା ।
ପୋଲିସ ଫ୍ଲାଟ୍ରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରିବା ପରେ, ଅଭିଯୁକ୍ତକୁ 6 ଘଣ୍ଟା ମଧ୍ୟରେ ଗିରଫ କରିଛି । ଅଭିଯୁକ୍ତ ଜଣକ ମହିଳାଙ୍କ ଜଣେ ସୋସିଆଲ ମିଡିଆ ବନ୍ଧୁ ମଧ୍ୟ ଥିଲେ । ଏନେଇ ଡେପୁଟି କମିଶନର, ସେଣ୍ଟ୍ରାଲ ନୋଏଡା, ହରିଶ ଚାନ୍ଦ କହିଛନ୍ତି ।
ଅଧିକାରୀ ଜଣକ କହିଛନ୍ତି ଯେ ଗିରଫ ଅଭିଯୁକ୍ତ ହେଉଛି ରାଘବ କୁମାର । ତାର ବୟସ 20 । ସେ ଦିଲ୍ଲୀର ପେରେଗରୀର ଅଞ୍ଚଳରେ ରହିଥାଏ । ମୃତ ମହିଳା ଓ ଅଭିଯୁକ୍ତ ମଧ୍ୟରେ ଗତ ଦୁଇ ବର୍ଷ ହେବ ଗଭୀର ବନ୍ଧୁତା ରହିଛି । ଏହି ବନ୍ଧୁତା 'ଟିକ୍ ଟକ୍' ଏବଂ 'ଲାଇକ୍' ଆପ୍ ମଧ୍ୟରେ ଗଢ଼ିଉଠିଥିଲା । ସେ ଆହୁରି କହିଛନ୍ତି, ଉଭୟ ଏହି ଆପରେ ସକ୍ରିୟ ଥିଲେ ଏବଂ ପରସ୍ପରର ଭିଡିଓ ସେୟାର କରୁଥିଲେ । ଶେଷରେ ପରସ୍ପରର ନିକଟତର ହୋଇଥିଲେ ଯେ, ରାଘବ ବାରମ୍ବାର ତାଙ୍କ ଘରକୁ ଯାଉଥିଲା ।
ଗତକାଲି ସେମାନଙ୍କ ମଧ୍ୟରେ ଟଙ୍କାକୁ ନେଇ ବିବାଦ ଦେଖାଦେଇଥିଲା । ପରେ ଅଭିଯୁକ୍ତ ରାଘବ ମହିଳାଙ୍କୁ ହତ୍ୟା କରି ଘର ଭିତରେ ତାଲା ପକାଇ ଫେରାର ହୋଇଯାଇଥିଲା ଯାଇଥିଲା ।