ଅର୍ଗସ ବ୍ୟୁରୋ : ଦେଶରେ କୋରୋନା ସଙ୍କଟ ମଧ୍ୟରେ ଦେଶବାସୀଙ୍କ ନିକଟରେ ସାହାଯ୍ୟ ପହଁଚାଇବା ପାଇଁ ସରକାର ସବୁ ପ୍ରକାରର ଚେଷ୍ଟା କରୁଛନ୍ତି। ଏଥିପାଇଁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜକୁ 5ଟି ପର୍ଯ୍ୟାୟ କରି ଘୋଷଣା କରିଛନ୍ତି। ଏବେ ଏହି ପ୍ୟାକେଜକୁ ଲୋକମାନଙ୍କ ନିକଟରେ ପହଁଚାଇବା ମୋଦି ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଏହି ପ୍ୟାକେଜକୁ ସଫଳ ରୂପରେଖ ଦେବା ପାଇଁ ଆଜି ସରକାରଙ୍କ ମନ୍ତ୍ରୀ ସ୍ତରୀୟ ବୈଠକ ହେବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଘରେ ଆଜି ଜିଓଏମ୍ ସମୀକ୍ଷା ବୈଠକ ହେବ। ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ବହୁ ବଡ଼ ବଡ଼ ମନ୍ତ୍ରୀ ସାମିଲ ହେବେ। ସେହିପରି ଅନ୍ୟ କିଛି ସମ୍ବନ୍ଧିତ ମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠରେ ସାମିଲ ହେବେ। ଏହି ବୈଠକରେ ସ୍ଵତନ୍ତ୍ର ପ୍ୟାକେଜ ସମ୍ବନ୍ଧିତ ସମୀକ୍ଷା ହେବ। ଲୋକମାନଙ୍କ ନିକଟରେ କିଭଳି ଖୁବ୍ ଶୀଘ୍ର ସାହାଯ୍ୟ ପହଁଚାଯାଇପାରିବ ସେନେଇ ବିଚାର ବିମର୍ଷ ହେବ।
ଅର୍ଗସ ବ୍ୟୁରୋ: ହକ୍ ପାଇଁ ରାଜରାସ୍ତାରେ ହଜାର ହଜାର ଆଶାକର୍ମୀଙ୍କ ରଣହୁଙ୍କାର । ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ରାଲି । ରାଜ୍ୟର ବିଭିନ୍ନ ସ୍ଥାନରୁ 5 ହଜାର ଆଶାକର୍ମୀ ମେଳି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 20 ଦଫା ଦାବିକୁ ନେଇ ରାଜ୍ୟ ସରକାରଙ୍କ ନିଜ ଅଧିକାର ମାଗିଛନ୍ତି ଆଶା କର୍ମୀ । ସ୍ଥାୟୀ ନିଯୁକ୍ତି, ପ୍ରୋତ୍ସାହନ ରାଶି ଭଳି ବିଭିନ୍ନ ଦାବି କରିଛନ୍ତି । ଏହି ସମୟରେ ପୋଲିସ୍-ଆଶାକର୍ମୀ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଗାମୀ ଦିନରେ ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ଦ୍ବିତୀୟ ଦିନରେ ଆରମ୍ଭରୁ ଗୃହରେ ତାତି। ରାଜ୍ୟରେ ଭୁଶୁଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ବିଜେପି ବିଧାୟକଙ୍କ ହୋ-ହଲ୍ଲା ଫଳରେ ଚାଲିପାରିଲାନି ଗୃହ।
ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗରେ ୱେଲ୍ କୁ ଯାଇ ବିଜେପି ବିଧାୟକଙ୍କ ନାରାବାଜି ଭିତରେ ଗୃହ ଚାଲିପାରିନି। ଫଳରେ ଦିନ 11ଟା 30 ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯିବ ।
ସନ୍ଧ୍ୟା ଆଳତୀ ପରେ ଏକାଦଶୀ ବେଢାକୁ ମଦନମୋହନ ବିଜେ କରିବା ପରେ ବେଢା ପରିକ୍ରମା କରି ଅନ୍ୟାନ୍ୟ ନୀତି କାନ୍ତି ବଢିବ । ଆସନ୍ତାକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ସହ ଶ୍ରୀନହରରେ ଗଜପତି ମହାରାଜଙ୍କ ସୁନିଆ ଉତ୍ସବ ପାଳନ କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର