ନୂଆଦିଲ୍ଲୀ: ଚଳିତ ବର୍ଷର ‘ଇସ୍ରୋ’ର ପ୍ରଥମ କୃତ୍ରିମ ଉପଗ୍ରହ ‘ଜିସାଟ୍-୩୦’ ଉତ୍କ୍ଷେପଣ କରାଯିବ । ଜାନୁଆରି ୧୭ ତାରିଖ ଦିନ ଫ୍ରେଞ୍ଚ୍ ଗିଆନାସ୍ଥିତ ଇଉରୋପୀୟ ସ୍ପେସ୍ପୋର୍ଟରୁ ଏହି କୃତ୍ରିମ କରାଯିବ ବୋଲି ‘ଇସ୍ରୋ’ର ଅଧ୍ୟକ୍ଷ କେ. ଶିବନ କହିଛନ୍ତି। ଏହି ‘ଜିଓଷ୍ଟେସନାରି କମ୍ୟୁନିକେସନ୍ ସାଟେଲାଇଟ୍’ର ଓଜନ ୩, ୪୫୦ କିଲୋ ଏବଂ ଏହା ‘ଇନ୍ସାଟ୍-୪ଏ’ ସ୍ଥାନରେ କାମ କରିବ।
ଏ ବର୍ଷ ମଧ୍ୟ ‘ଜିସାଟ୍-୨୦’ ନାମକ ଅନ୍ୟ ଏକ ସାଟେଲାଇଟ୍ ବା କୃତ୍ରିମ ଉପଗ୍ରହ ପ୍ରେରଣ କରିବାକୁ ମଧ୍ୟ ‘ଇସ୍ରୋ’ ଯୋଜନା କରିଛି। ପୂର୍ବରୁ ଇସ୍ରୋ ଏହି ପ୍ରକାରର ତିନୋଟି ସାଟେଲାଇଟ୍ ଉତ୍କ୍ଷେପଣ କରିସାରିଛି। ‘କେୟୁ’ ଏବଂ ‘କେଏ’ ବ୍ୟାଣ୍ଡ୍ର ଏହି କୃତ୍ରିମ ଉପଗ୍ରହଗୁଡ଼ିକ ଯୋଗାଯୋଗ ନିମନ୍ତେ ଉଦ୍ଦିଷ୍ଟ। ୨୦୧୭ ମସିହା ଜୁନ୍ ୫ ତାରିଖ ଦିନ ‘ଜିସାଟ୍-୧୯’, ୨୦୧୮ ମସିହା ନଭେମ୍ବର ୧୪ ତାରିଖ ଦିନ ‘ଜିସାଟ୍-୨୯’ ଏବଂ ୨୦୧୮ ମସିହା ଡିସେମ୍ବର ୫ ତାରିଖ ଦିନ ‘ଜିସାଟ୍-୧୧’ ଉତ୍କ୍ଷେପଣ କରାଯାଇଥିଲା।

