ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି କାଉନ୍ସିଲ୍ ର ଏକ ବୈଠକ ଅୟୋଜନ ହୋଇଛି । ଏହି ବୈଠକରେ ବ୍ୟାଟେରୀ ଚାଳିତ କାର୍ ଏବଂ ସ୍କୁଟରରେ ଜିଏସଟି ହ୍ରାସ କରିବା ପାଇଁ ନିଷ୍ପତି ନିଆଯାଇଛି । ବୈଠକରେ ବ୍ୟାଟେରି ଚାଳିତ ଯାନବାହନରେ ଥିବା ଜିଏସଟିକୁ ୧୨ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରି ଦିଆଯାଇଛି । ଏହା ସହିତ ଇଲେଟ୍ରିକ ଯାନବାହାନ ଚାର୍ଜରରେ ଲାଗାଯାଉଥିବା ଜିଏସ୍ଟି ଦର ୫ ପ୍ରତିଶତ କରାଯାଇଛି । ଯାହା ପୂର୍ବରୁ ୧୮ ପ୍ରତିଶତ ଥିଲା । ଏହି ଦର ଆସନ୍ତା ୧ତାରିଖରୁ ଲାଗୁ ହେବ ।
ଏହା ବ୍ୟତୀତ ୧୨ରୁ ଅଧିକ ଯାତ୍ରୀ ବସିବା କ୍ଷମତା ବିଶିଷ୍ଟ ଇଲେକ୍ଟ୍ରିକ ବସ କିଣିବା ପାଇଁ ଜିଏସଟି ଲାଗିବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ତେବେ ଦେଶରେ ବ୍ୟାଟେରିଚାଳିତ ଯାନବାହାନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ପ୍ରଥମ ଜିଏସ୍ଟି କାଉନ୍ସିଲ୍ ବୈଠକ ୨୫ ଜୁଲାଇକୁ ହେବାର ଥିଲା । କିନ୍ତୁ ସଂସଦରେ ଚାଲୁଥିବା ବଜେଟ୍ ସମ୍ବନ୍ଦିୟ ଆଇବିସି ବିଲ୍ର ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ସାମିଲ୍ ଥିବାରୁ ଏହି ବୈଠକର ତାରିଖ ପରିବର୍ତ୍ତନ କରାଯାଇଥିଲା ।
କଟକ : ଦୁର୍ଘଟଣା ରୁ ବଞ୍ଚିବା ପାଇଁ ହେଲମେଟ ପିନ୍ଧିବା ଜରୁରୀ । ଡିସେମ୍ବର ଏକ ତାରିଖରୁ ଆଠ ତାରିଖ ପର୍ଯ୍ୟନ୍ତ ଶୁନ ଦୁର୍ଘଟଣା ସପ୍ତାହ ( ଜିରୋ ଫଟିଲିଟି ଉଇକ) ପାଳନ କରାଯାଉଛି । କଟକ ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଜି ସଡ଼କ ସୁରକ୍ଷା ଜୀବନ ରକ୍ଷା କାର୍ଯ୍ୟକ୍ରମ ଗୋବିନ୍ଦପୁର ବଜାରରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଗୋବିନ୍ଦପୁର କଲେଜର ଛାତ୍ର ଛାତ୍ରୀ ଓ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଯୋଗଦେଇ ଗାଡ଼ି ହେଲମେଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ସବୁବେଳେ ଗାଡ଼ି ଚଳାଇବା ବେଳେ ହେଲମେଟ ପିନ୍ଧିବାକୁ ବାର୍ତ୍ତା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ବେହେରା ।
ଅର୍ଗସ ବ୍ୟୁରୋ : ଜବତ ୨୩ଟି ଦାମୀ ଗାଡି । ଗିରଫ ହୋଇଥିବା ୩ ଜଣିଆ ଗ୍ୟାଙ୍ଗ । ଏମାନେ ହେଲେ ରାଜଧାନୀ ଛାତିରେ ବାଇକ୍ ଲୁଟୁଥିବା କୁଖ୍ୟାତ ଲୁଟେରା । ରାଜଧାନୀର ରାତିରେ କରୁଥିଲେ ରାଜୁତି | ଘର ବାହାରେ ଥୁଆ ହୋଇଥିବା ଗାଡି କିମ୍ବା ସୁନ୍ ସାନ ଜାଗାରେ ଥିବା ଗାଡିକୁ ଏମାନେ ଆଖି ପିଛୁଳାକେ କରୁଥିଲେ ଗାୟବ । ଆଉ ପ୍ରତି ମୁହୂର୍ତ୍ତରେ ପୋଲିସକୁ ଦେଉଥିଲେ ଚକମା । ଖାସ କରି ଏମାନଙ୍କ ଟାର୍ଗେଟରେ ଥିଲା ରୟାଲ ଏନଫିଲଡ୍ ବୁଲେଟ । ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ଲୁଟେରାଙ୍କ ନାଁରେ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରହିଛି ମାଳମାଳ ଅଭିଯୋଗ । ଭୁବନେଶ୍ବର କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୮ଟି ମାମଲା ରହିଛି । ସମସ୍ତ ଅଭିଯୁକ୍ତ ନୟାଗଡ ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ଠାରୁ ୧୪ଟା ରୟଲ ଇଂଫିଲ୍ଡ , ୪ଟି R15, ୩ଟି ପଲସର ଭଳି ମୋଟ ୨୩ଟି ବାଇକ ଜବତ କରିଛି ପୋଲିସ । ଇଏ ତ କେବଳ ଗୋଟିଏ ଗ୍ୟାଙ୍କ୍ ରାଜଧାନୀରେ ସକ୍ରିୟ ଅଛନ୍ତି ଏଭଳି ଅନେକ ବାଇକ ଲୁଟେରା ଗ୍ୟାଙ୍ଗ୍ ।
ଅର୍ଗସ ବ୍ୟୁରୋ: ଗତକାଲି ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ ବିଜେପି ଖୁସି ବ୍ୟକ୍ତ କରିଛି। ଅନ୍ୟ ରାଜ୍ୟର ଫଳ ଦେଖି ଓଡିଶା ରାଜନୀତି ୨୦୨୪ରେ U Turn ନେବ ବୋଲି ଦୃଢୋକ୍ତି ପ୍ରକାଶ କଲେ ରାଜ୍ୟ ସଭାପତି ମନ ମୋହନ ସାମଲ। ଜନସାଧାରଣଙ୍କ ଆଶୀର୍ବାଦ ବିଜେପି ଉପରେ ଅଛି। ଏଥର ସରକାର ଗଢ଼ିବ ବିଜେପି। ଲଢେଇ ଜୋରଦାର ହେବ। ଆଟାକିଙ୍ଗ ମୁଡରେ ଲଢ଼ି ସିଟ ହାତେଇବ ବିଜେପି। ପ୍ରଧାନମନ୍ତ୍ରୀ ମୋଦି ଜି,ଗୃହ ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଗତକାଲିର ଫଳ ଆସିଛି।
ଘୋଷଣା ସର୍ବସ୍ବ ନୁହେଁ ବିଜେପି କାମକୁ ଗୁରୁତ୍ୱ ଦିଏ। ନିର୍ବାଚନରେ ୩ଟି କଥା ସ୍ପଷ୍ଟ ହୋଇଛି। ପ୍ରଚାର ସର୍ବସ୍ବ ହେଲେ ଲୋକେ ଭୋଟ ଦିଅନ୍ତି ନାହିଁ, କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ହରିଲୁଟ କରିଥିଲେ ତାହା ମଧ୍ୟ ଲୋକ ଗ୍ରହଣ କରିନାହାନ୍ତି ଏ କଥା ସ୍ପଷ୍ଟ ହୋଇଛି। କେନ୍ଦ୍ର ହାତ ଖୋଲି ରାଜ୍ୟକୁ ପଇସା ଦେଇଛି, କିନ୍ତୁ ୨ରାଜ୍ୟ ସରକାର ଠିକ ଭବେ ବିନିଯୋଗ କରିନାହାନ୍ତି, ଯାହାର ଫଳ କଂଗ୍ରେସ ପାଇଛି। ଗରିବ, ମହିଳା, କୃଷକ ଓ ଯୁବ ଜାତିଙ୍କର ଯଦି ବିକାଶ ହେବ ତାହା ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। Justice to all କୁ ନେଇ ଆମେ କାମ କରୁଛୁ। ତୁଷ୍ଟିକରଣ ରାଜନୀତିଠୁ ବେଶ ଦୂରରେ ବିଜେପି। ଓଡ଼ିଶାରେ ଯେଉଁ ଭ୍ରଷ୍ଟାଚାର ସରକାର ଚାଲିଛି ତାକୁ ନିଶ୍ଚିତ ଲୋକେ ପ୍ରତ୍ୟାଖ୍ୟାନ କରିବେ। ମୋଦିଙ୍କ ଲୋକପ୍ରିୟତା ଓଡ଼ିଶାରେ ମଧ୍ୟ ଆଗାମୀ ଦିନରେ ନିର୍ବାଚନୀରେ କାମ ଦେବ। ଆଖି, କାନ , ନାକ ନଥିବା ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ। ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ, ଦେଢ଼ କୋଟି ଯୁବକ ଦାଦନ ଯାଉଛନ୍ତି ଏ ସବୁ ଚିନ୍ତାଜନକ। ହେଲିକ୍ୟାପ୍ଟରରେ ୩୦୦ କୋଟି ଖର୍ଚ୍ଚ କରି ସରକାର ବୁଲୁଛନ୍ତି, ତାର ହିସାବ ଆଜି ଯାଏ ଦେଇନାହାନ୍ତି। କାମ ନକରି ମଧ୍ୟ ସରକାର ନୀଳ ବୋର୍ଡ଼ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିଯାଉଛି, ହାଇକୋର୍ଟ ଆଡ଼ର ପରେ ବି କୌଣସି କାମ ହେଉନି ଏ ପାଇଁ ସରକାର ଦାୟୀ। ଏ ବିଷୟରେ ଲୋକଙ୍କ ମନରେ ଜନ ଜଗରଣ ହେଲାଣି। ଏ ଟ୍ରେଲର ଥିଲା, ୨୪ରେ ଓଡ଼ିଶାରେ ମୋଦି ଗ୍ୟାରେଣ୍ଟି ଆସୁଛି। ଓଡିଶା ଲୋକଙ୍କୁ ମଧ୍ୟ ଧନ୍ୟବାଦ। ଆମ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି।
ଓଡ଼ିଶାରେ ବାତ୍ୟାର ପ୍ରଭାବରେ ବର୍ଷାର ଅଧିକ ସମ୍ଭାବନା ଅଛି। ଜନ ସାଧାରଣ ଲୋକେ ସତର୍କ ରୁହନ୍ତୁ। ସମସ୍ତେ ଆଲର୍ଟ ରୁହନ୍ତୁ।
ବିକଶିତ ଭାରତର ଗାଡି ପଞ୍ଚାୟତ ପଞ୍ଚାୟତ ବୁଲୁଛି, ଯେଉଁ ଲୋକ ମାନେ ବିକାଶରେ ସାମିଲ ହୋଇନହାନ୍ତି, ସେମାନଙ୍କ ପାଇଁ ସୁଯୋଗ ଅଛି। ସେଥିରେ କେନ୍ଦ୍ରୀୟ ଯୋଜନାର ବହି, କ୍ୟାଲେଣ୍ଡର ସେ ସବୁ ରହୁଛି। ଲୋକେ ସେ ବିଷୟରେ ଜାଣନ୍ତୁ। ବିକାଶର ସାଥିରେ ରୁହନ୍ତୁ। ଜାନୁଆରୀ ୨୫ ଯାଏ ଗାଡି ବୁଲିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର