ଯେତେବେଳେ କେହି ଏକ ବିବାହ କାର୍ଡ ଗ୍ରହଣ କରନ୍ତି। ସେତେବେଳେ ଜଣେ ବ୍ୟକ୍ତି ଏହାକୁ ଭଲ ଭାବେ ପଢେ। ବାହାଘରର ପ୍ରକୃତ ଦିନ, ବାର, ତିଥି ଏବଂ ସ୍ଥାନ ସମ୍ପର୍କରେ ଜଣାପଡ଼େ। କାର୍ଡରେ କେବଳ ସ୍ଥାନ ଏବଂ ତାରିଖ ବ୍ୟତୀତ, ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ବେଳେ ବେଳେ କିଛି ସୁନ୍ଦର ଶବ୍ଦ ଯୋଡି ଲେଖାଯାଇଥାଏ।
କିନ୍ତୁ ପାଠକେ, ଆପଣ ଥମ୍ବନେଲରେ ଯେଉଁ ଫଟୋ ଦେଖୁଛନ୍ତି, ତାକୁ ଜୁମ କରି ଦେଖନ୍ତୁ କ'ଣ ଲେଖା ଯାଇଛି। ଯଦି ଆପଣ ଏହାକୁ ପଢିପାରୁ ନାହାନ୍ତି ତେବେ ଆମେ ତଳେ ହିନ୍ଦିରେ ତାହା ହିଁ ଲେଖୁଛୁ, ଯାହା ଅବିକଳ କାର୍ଡରେ ଲେଖାଯାଇଛି।
भेज रहा हूँ स्नेह, निमंत्रण प्रियबर तुझे बुलाने को
हे मानस के राजहंस तुम भूल जाना आने को
ପଢିଲେ ତ ଆଜ୍ଞା। ବାହା ଘରକୁ ନ ଆସିବାକୁ କେମିତି କବିତା ଲେଖାଯାଇଛି। ‘ ସ୍ନେହର ନିମନ୍ତ୍ରଣ ପଠାଉଛି, ତୁମକୁ ଡାକିବାକୁ। ହେ ମୋ ମନ ସରୋବରର ରାଜହଂସ ତୁମେ ଆସିବାକୁ ଭୁଲିଯିବ’। ଏ ହିନ୍ଦି କବିତାର ଓଡ଼ିଆ ଭାବାର୍ଥ ଏହା ହିଁ ହେବ। ତୁମେ ଆସିବାକୁ ଭୁଲବନି ସ୍ଥାନରେ ଆସିବାକୁ ଭୁଲିଯିବ ବୋଲି ଛପା ହୋଇଛି। ସ୍ପଷ୍ଟ ଜଣାପଡୁଛି ଏହା ମୁଦ୍ରଣ ଜନିତ ତ୍ରୁଟି।
କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜରମାନଙ୍କୁ ବୁଝାଇବ କିଏ। ସମସ୍ତେ ଲେଖୁଛନ୍ତି ଏହା ଏକ ବଡ଼ ଅପମାନ।
ଏପ୍ରିଲ ୧୩ରେ ଶେୟାର ହୋଇଥିବା ଏହି କାର୍ଡକୁ ଏପର୍ଯ୍ୟନ୍ତ ୪ ଲକ୍ଷ ୭ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର କହିଛନ୍ତି, ‘ଏହା ଏକ ବଡ଼ ଅପମାନ’। ଅନ୍ୟ ଜଣେ ୟୁଜର କହିଛନ୍ତି, ‘ଯିଏ କାର୍ଡ ଛାପିଛି, ସେ ନିମନ୍ତ୍ରଣ କରୁଥିବା ଲୋକଙ୍କ ମନକଥା ଛାପି ଦେଇଛି। ଅନେକ ୟୁଜର ଏହା ପଢି ହସି ହସି ନାକେଦମ୍ ହେଉଛନ୍ତି।