ତେବେ ମତଦାନ ପୂର୍ବରୁ ମାଆ ହୀରା ବେନଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଭୋଟିଂ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଆସନ୍ତା 8 ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।
ଅର୍ଗସ ବ୍ୟୁରୋ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଅହମ୍ମଦାବାଦରେ ମତଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋମବାର ସକାଳେ ଅହମ୍ମଦାବାଦ ସହରର ରାନିପ ଅଞ୍ଚଳରେ ଏକ ବିଦ୍ୟାଳୟର ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି । ଲାଇନରେ ଛିଡା ହୋଇ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ତଥା ଅନ୍ତିମ ପର୍ୟ୍ୟାୟରେ ୧୪ଟି ଜିଲ୍ଲାର ୯୩ଟି ଆସନରେ ମତଦାନ ଆରମ୍ଭ ହୋଇ ଯାଇଛି। ଏହି ପର୍ୟ୍ୟାୟରେ ୬୧ ରାଜନୈତିକ ଦଳର ୮୩୩ ପ୍ରାର୍ଥୀ ମଇଦାନରେ ଅଛନ୍ତି।