ତେବେ ଆଜି ଅହମ୍ମଦାବାଦରେ ଭୋଟ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଅହମ୍ମଦାବାଦ ରାନିପ୍ ନିଶାନ ପବ୍ଲିକ ସ୍ଲୁଲରେ ହୋଇଥିବା ପୋଲିଂ ବୁଥରେ ମତଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ମାଆ ମଧ୍ୟ ହ୍ବିଲ୍ ଚେୟାରରେ ଆସି ନିଜ ମତ ସାବ୍ୟସ୍ତ କରିଥିଲେ । ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଅହମ୍ମଦାବାଦର ନାରନପୁରା ସ୍ଥିତ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି ।
ଦ୍ବିତୀୟ ପର୍ଯ୍ୟାୟରେ 93ଟି ଆସନ ପାଇଁ ମତଦାନ କଲେ ୨.୫୪ କୋଟି ପଞ୍ଜିକୃତ ଭୋଟର

ଅର୍ଗସ ବ୍ୟୁରୋ : ଗୁଜରାଟରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦ୍ବିତୀୟ ପର୍ଯ୍ୟାୟରେ 93ଟି ଆସନ ପାଇଁ ମତଦାନ କଲେ ୨.୫୪ କୋଟି ପଞ୍ଜିକୃତ ଭୋଟର । ୨୬ ହଜାର ୪୦୯ଟି ବୁଥ୍ ରେ ମତଦାନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଦିନ ୩ଟା ସୁଦ୍ଧା ୫୦.୫୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ 89ଟି ଆସନ ପାଇଁ ମୋଟ 63.14 ପ୍ରତିଶତ ମତଦାନ ହୋଇଥିଲା ।
Download Argus News App
