ଦେଶର ବିକାଶ ପାଇଁ ବଡରୁ ବଡ଼ ନିଷ୍ପତ୍ତି, ପଦକ୍ଷେପ ନିଆଯାଇଛି। ଗୁଜରାଟ ବିଜୟ ଏକ ସୁସ୍ଥ ଲୋକତନ୍ତ୍ରର ଶୁଭ ସଙ୍କେତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ନୂଆ ଇତିହାସ ରଚିଛନ୍ତି ଗୁଜରାଟବାସୀ। ରେକର୍ଡର ରେକର୍ଡ ଭାଙ୍ଗିଛନ୍ତି। ଲକ୍ଷାଧିକ କର୍ମକର୍ତ୍ତାଙ୍କ ସେବା ମନୋଭାବ ପାଇଁ ଆମେ ଆଜି ଏଇଠି ପହଞ୍ଚିଛୁ ବୋଲି କହିଛନ୍ତି ମୋଦି। ସେହିପରି ହିମାଚଳରେ ଦଳ ମାତ୍ର ୧ ପ୍ରତିଶତ ଭୋଟରେ ହାରିଥିଲେ ବି ବିକାଶ ପାଇଁ ୧୦୦ ପ୍ରତିଶତ ପ୍ରୟାସ ଜାରି ରଖିବ ବୋଲି କହିଛନ୍ତି ମୋଦି।
ଭାରତ ଖବର ଆହୁରି ପଢ଼ନ୍ତୁ ।
ରେକର୍ଡର ରେକର୍ଡ ଭାଙ୍ଗିଛନ୍ତି ଗୁଜରାଟବାସୀ

ଅର୍ଗସ ବ୍ୟୁରୋ: ଗୁଜରାଟ ବିଜୟ ନେଇ ବିଜେପିର ସେଲିବ୍ରେସନ। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି। କହିଛନ୍ତି, ବିଜୟ ପାଇଁ ଜନତା ଜନାର୍ଦ୍ଦନଙ୍କ ନିକଟରେ ମୁଁ ନତମସ୍ତକ। ବିଜୟ ବିଜେପିକୁ ଜନସାଧାରଣଙ୍କ ସ୍ନେହ ଆଉ ଭଲପାଇବାର ପ୍ରମାଣ। ଗୁଜରାଟରେ ବିଜେପିକୁ ମିଳିଥିବା ଜନସମର୍ଥନ ଗରିବଙ୍କ ବିକାଶର ଫଳ।
Download Argus News App
