ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀରୁ ଶିକ୍ଷା ଗ୍ରହଣ କରିବେ ପିଲା। ସ୍କୁଲରେ ଗୀତା ପଠନ ନିଷ୍ପତ୍ତି ହୋଇଥିବା କହିଛନ୍ତି ଗୁଜରାଟ ଶିକ୍ଷାମନ୍ତ୍ରୀ । ୨୦୨୨-୨୩ ଶିକ୍ଷାବର୍ଷର ସ୍କୁଲ୍ ପାଠ୍ୟକ୍ରମରେ ସାମିଲ୍ ହେବ ଗୀତା।

ଅର୍ଗସ୍ ବ୍ୟୁରୋ : ଗୁଜରାଟରେ ଏଥର ସ୍କୁଲରେ ପଢ଼ାଯିବ ଶ୍ରୀମଦ୍ ଭଗବଦ୍ ଗୀତା। ଷଷ୍ଠ ଶ୍ରେଣୀରୁ ଦ୍ଵାଦଶ ଯାଏଁ ପିଲା ପଢ଼ିବେ ପବିତ୍ର ଗୀତା। ଭାରତୀୟ ସଂସ୍କୃତିର ମହନୀୟତା ସମ୍ପର୍କରେ ଜାଣିବେ ସ୍କୁଲ ପିଲା।

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାରତ ଆସିବେ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ ଭାରତ ଖବର
ଆମେରିକୀୟ NSA ଜେକେ ସୁଲିବାନ ଜୁନ ୧୩ରେ ଦିଲ୍ଲୀରେ ପହଞ୍ଚିବେ । ଯେଉଁଠାରେ ଭାରତ ସହିତ ଜିଇ-୪୧୪ ଇଞ୍ଜିନ ଚୁକ୍ତି ଚୂଡାନ୍ତ ହେବ । ଏଠାରେ ସୁଲିବାନ ତାଙ୍କ ପ୍ରତିପକ୍ଷ ଅର୍ଥାତ୍ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବିବେଚନା କରାଯାଉଛି ।

ଅର୍ଗସ ବ୍ୟୁରୋ : ଆଜି ବାହାରିବ +୨ କଳା ପରୀକ୍ଷା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ । ଆଜି ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ନେଇ ସିଏଚ୍ଏସ୍ଇ ସୂଚନା ଦେଇଛି । ପରୀକ୍ଷାର୍ଥୀମାନେ www.orissaresults.nic.in ମାଧ୍ୟମରେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ । ଏଥିସହ ସାମ୍ସ କଲେଜ ଇ-ସ୍ପେସ୍ରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ ।
ଅଧିକ ପଢନ୍ତୁ : ଆସନ୍ତା କାଲି ପ୍ରକାଶ ପାଇବ +2 କଳା ଓ ଧନ୍ଦାମୂଳକ ଶିକ୍ଷା
କଳାରେ ୨ ଲକ୍ଷ ୩୩ ହଜାର ୮୫୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ ୫୦୮୮ ଜଣ ଛାତ୍ରଛାତ୍ରୀ । ମାର୍ଚ୍ଚ ୧ରୁ ଏପ୍ରିଲ ୫ ମଧ୍ୟରେ ହୋଇଥିଲା ପରୀକ୍ଷା । ତେବେ କାଲି ଅପରାହ୍ନରେ ସିଏଚ୍ଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେବ ପରୀକ୍ଷା ଫଳ ।

ଅର୍ଗସ ବ୍ୟୁରୋ : ଆତଙ୍କୀସ୍ତାନ ପାକିସ୍ତାନ । ନିଜର ଷଡଯନ୍ତ୍ର ଓ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଯେତିକି ବିବାଦୀୟ ଥାଏ ଏବେ ନିଜର ଦାରିଦ୍ର୍ୟତାକୁ ନେଇ ସେତିକି ଚର୍ଚ୍ଚାରେ । ଖାଇବା ମୁଣ୍ଡାଏ ପାଇଁ ମାଡପିଟ୍ । ସବୁର ଦର ଆକାଶ ଛୁଆଁ । ସଂକ୍ଷେପରେ ଏକ କାଙ୍ଗାଳ ରାଷ୍ଟ୍ର । କିନ୍ତୁ ଏସବୁ ଭିତରେ ସାମ୍ନାକୁ ଆସିଛି ପାକିସ୍ତାନର ଆଉ ଏକ ନୂଆ ଚାଲ୍ । ଚର୍ଚ୍ଚା ହେଉଛି ଦାରିଦ୍ର୍ୟତା ଦୂର କରିବା ଲାଗି ମୁସ୍ଲମାନ୍ ରାଷ୍ଟ୍ର ତୁର୍କି ଓ ସାଉଦି ଆରବକୁ ପାକିସ୍ତାନ ବିକିବ ନ୍ୟୁକ୍ଲିୟର ବମ୍ । ଏକଥା ଆମେ କହୁନୁ ଏକଥା ନିଜେ ଟ୍ବିଟର୍ ମାଧ୍ୟମରେ କହିଛନ୍ତି ପାକିସ୍ତାନର ଲାଲଟୋପି ଜାଇଦ ହମିଦ । ଭାରତ ବିରୋଧରେ ଅନେକ ସମୟରେ ବିଷାକ୍ତ ତଥା ଉତ୍ତେଜନାମୂଳକ ମନ୍ତବ୍ୟ ଦେଉଥିବା ଜାଇଦ ହମିଦ ଏକ ଭିଡିଓ ଜାରି କରି କହିଛନ୍ତି ଯେ ଯଦି ଆମେ ସାଉଦି ଆରବକୁ ପାଞ୍ଚଟି ପରମାଣୁ ବୋମା ଦେବୁ, ତେବେ ସେ ଆମକୁ ଘଣ୍ଟାରେ ୨୫ ବିଲିୟନ ଡଲାର ଦେବ । ସେପଟେ ତୁର୍କୀ ପାଞ୍ଚଟି ଆଣବିକ ବୋମା ବଦଳରେ କୋଡିଏ ବିଲିୟନ ଡଲାର ଦେବ। ସେ କହିଛନ୍ତି ଯେ ଆମେ ଆଣବିକ ଅଣ ପ୍ରସାରଣ ଚୁକ୍ତି (NPT) କିମ୍ବା CTBT ସ୍ୱାକ୍ଷର କରିନାହୁଁ । ଆମେ ସମଗ୍ର ବିଶ୍ୱରୁ ଟେକ୍ନୋଲୋଜି ଚୋରି କରି ପରମାଣୁ ବୋମା ତିଆରି କରିଛୁ । ଆଣବିକ ବୋମା ରପ୍ତାନି କରିବା ଆମର ସରକାରୀ ନୀତି କରିବା ଉଚିତ୍।ଯଦି ପାକିସ୍ତାନ ଏହା କରେ ତେବେ ଆମ ଦେଶ ଉପରେ ଆକ୍ରମଣ କରିବାକୁ କାହାର ସାହସ ନାହିଁ ।
ଅଧିକ ପଢନ୍ତୁ ବିଦେଶ ଖବର
ଭାଇରାଲ ହେଉଛି ISIଙ୍କ ପାଖଲୋକ ଜାଇଦ୍ ହମିଦଙ୍କ ଟ୍ବିଟ୍ । ପାକିସ୍ତାକୁ କାଙ୍ଗାଳ ଅବସ୍ଥାରୁ ହଟାଇବା ପାଇଁ ନୂଆ ଚାଲାକି । ଋଣ ସୁଝିବା ଦରକାର ନାହିଁ । ପରମାଣୁ ବୋମା ବିକ୍ରି କର । ଜାଇଦ୍ ହମିଦ କହିଛନ୍ତି ଆମେରିକା ଏବଂ ୟୁରୋପ ରାଗିବେ ହେବ ବୋଲି ପାକିସ୍ତାନ ଭୟ କରୁଛି । ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଯିବ । ଏହା ଆମ ଭିତରେ ଥିବା ଭୟ ଏବଂ ସେଥିପାଇଁ ଆମେ ଏହା କରୁନାହୁଁ । ସେ ଉତ୍ତର କୋରିଆର ଉଦାହରଣ ଦେଇ କହିଛନ୍ତି ଯେ କୌଣସି ଦେଶ ଏହାକୁ ବାରଣ କରିପାରିବେ ନାହିଁ । ଏବଂ ସବୁଠାରୁ ବଡ କଥା ହେଲା ଇଏ ହେଲେ ସେହି ଜାୟଦ ହମିଦ ଯାହାକୁ କାରରୁ ଘୋଷାଡି ଇମ୍ରାନଙ୍କ ସମର୍ଥକ ମାନେ ମାଡ ମାରିଥିଲେ ।
ଚିନ୍ତାରେ ଆତଙ୍କିସ୍ତାନ । ଦାରିଦ୍ର୍ୟତା କମୁନି । ବିବାଦ ବଢୁଛି । ରାଜେନୈତିକ ସ୍ଥିତିର ଅସ୍ଥିରତା ବିଷୟରେ ତ ନକହିବା ଭଲ । ଏସବୁ ଭିତରେ ଏବେ ଲାଲଟୋପି ଜାଏଦ ହମିଦଙ୍କ ଏଭଳି ବୟାନ ପାକିସ୍ତାନରେ ନୂଆ ହଲଚଲ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।
