ଗୁଜରାଟ ମଡେଲ୍
ଗୁଜୁରାଟରେ ମୋଟ 9.795 ମିଲିୟନ ହେକ୍ଟର ଚାଷ ଜମି
4.111 ମିଲିୟନ ହେକ୍ଟର ଗ୍ରସ ଜଳସେଚିତ ଜମି
3.387 ମିଲିୟନ ହେକ୍ଟର ନେଟ୍ ଜଳସେଚିତ ଜମି ରହିଛି
ଉପଲବ୍ଧ ଥିବା ଜଳରୁ 85 ପ୍ରତିଶତ ଜଳସେଚନରେ ବ୍ୟବହାର ହେଉଛି
80 ପ୍ରତିଶତ ଜମିରେ ଭୂତଳ ଜଳସେଚନ ଏବଂ 20 ପ୍ରତିଶତ ଜମିରେ ଅନ୍ୟ ଉତ୍ସରୁ ହେଉଛି ଜଳସେଚନ
ବୁନ୍ଦା ଜଳସେଚନର ଫାଇଦା
ସେହିପରି ବୁନ୍ଦା ଜଳସେଚନ ଦ୍ବାରା 33ରୁ 50 ପ୍ରତିଶତ ଯାଏଁ ଜଳ ଅପଚୟ ରୋକା ଯାଇପାରୁଛି
ଶ୍ରମିକ ଖର୍ଚ୍ଚ 35ରୁ 40 ପ୍ରତିଶତ କମୁଛି
21ରୁ 25 ପ୍ରତିଶତ କମ୍ ସାର ଖର୍ଚ୍ଚ ହେଉଛି
ହେକ୍ଟର ପିଛା 937 କିଲୋ ୱାଟ ବିଜୁଳି ବଞ୍ଚୁଛି
ଚାଷୀ ବର୍ଷକୁ ଅଧିକ 15 ହଜାର 487 ଟଙ୍କା ରୋଜଗାର କରୁଛି
୧୦ ଦିନିଆ ଗୁଜୁରାଟ ଗସ୍ତରେ ଥିବା ଓଡ଼ିଆ ଚାଷୀ ଶେଷ ଦିନରେ ଆନନ୍ଦ କୃଷି ବିଶ୍ବବିଦ୍ୟାଳୟରେ ଥିବା 24 ଘଣ୍ଟିଆ କୃଷକ ସହାୟତା କେନ୍ଦ୍ର ବୁଲିବା ସହ କୃଷି ସମ୍ପର୍କିତ ସମସ୍ତ ତଥ୍ୟ ଜାଣିପାରିଛନ୍ତି ।
ଇନଷ୍ଟିଟ୍ୟୁଟ ଅଫ ରୁରାଲ ମ୍ୟାନେଜମେଣ୍ଟରେ ଆୟୋଜିତ ହୋଇଛି ଓଡ଼ିଆ ଚିନାବାଦାମ ଚାଷୀଙ୍କ ଗୁଜୁରାଟ ପରିଦର୍ଶନର ସମାବର୍ତ୍ତନ ଉତ୍ସବ । 10 ଦିନିଆ ପରିଦର୍ଶନରେ ଗୁଜରାଟ ମଡେଲ ଦେଖିଲେ ଓଡ଼ିଆ ଚାଷୀ। ସେହିପରି ଆନନ୍ଦ ବିଶ୍ୱବିଦ୍ୟାଳୟ ତରଫରୁ ଓଡ଼ିଆ ଚାଷୀଙ୍କୁ ବିଭିନ୍ନ ଫସଲର ଉନ୍ନତମାନର ବିହନ ଯୋଗାଇ ଦିଆଯାଇଛି ।
NAFEDର ସହଯୋଗ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏବଂ ଲାଇଭଲିହୁଡ଼ ଅଲଟର୍ନେଟିଭସ ଓ ଏସଡିଆରସିର ମିଳିତ ଉଦ୍ୟମରେ ଗୁଜୁରାଟ ପରିଦର୍ଶନରେ ଯାଇଥିଲେ ଓଡ଼ି଼ଶାର 80 ଜଣିଆ ଟିମ ।