ଗୋଖଲେ ହେଉଛନ୍ତି ଜଣେ ଆରଟିଆଇ ଆକ୍ଟିଭିଷ୍ଟ ଓ ବର୍ତମାନ ସେ ତୃଣମୂଳ କଂଗ୍ରେସର ମୁଖପାତ୍ର ଭାବେ ଦାୟିତ୍ୱରେ ଅଛନ୍ତି ।ସେ କିଛି ଦିନ ତଳେ ଏକ ମନଗଢା କାହାଣୀକୁ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଥିଲେ । ସେ ଗୁଜରାତୀ ସମାଚାର ପତ୍ରର ଏକ କଥିତ କ୍ଲିପିଂକୁ ଶେୟାର କରି ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋରବୀ ଯାତ୍ରା ପାଇଁ ମୋଟ 30 କୋଟି ଟଙ୍କା ଖର୍ଚ କରାଯାଇଥିଲା ।ସେ ତାଙ୍କର କଥାକୁ ପ୍ରମାଣିତ କରିବାକୁ ଯେଉଁ କ୍ଲିପିଂକୁ ଶେୟାର କରିଥିଲେ ତାହା କଥିତ ଭାବେ ଗୁଜରାତ ସମାଚାର ସମ୍ବାଦପତ୍ରର ଥିଲା ।
ସେତେବେଳେ ବିଜେପି ପକ୍ଷରୁ କୁହାଯାଇଥିଲା ଯେ ଏହି ଖବର ମନଗଣା ଓ ଏଥିରେ କୌଣସି ପ୍ରକାର ସତ୍ୟତା ନାହିଁ । ଏଭଳି କୌଣସି ରିପୋର୍ଟ କୌଣସି ସମ୍ବାଦପତ୍ରରେ ପ୍ରକାଶିତ ହୋଇ ନାହିଁ। ଏଭଳି କୌଣସି ଆରଟିଆଇ ଜବାବ ମଧ୍ୟ ଆସି ନାହିଁ । ଅନ୍ୟ ପକ୍ଷରେ ଗୁଜରାତ ସମାଚାର ସମ୍ବାଦପତ୍ର ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ ତାଙ୍କ ଖବର କାଗଜରେ ଏପରି କୌଣସି ଖବର ପ୍ରକାଶିତ ହୋଇ ନାହିଁ ।
ଏହି ତଥାକଥିତ ରିପୋର୍ଟକୁ ଉଦ୍ଧୃତ କରି ଗୋଖଲେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ମୋରବୀ ଗସ୍ତ ପାଇଁ ସ୍ୱାଗତ, କାର୍ଯ୍ୟକ୍ରମ ପରିଚାଳନା ଓ ଫଟୋ ଗ୍ରାଫି ପାଇଁ 5.5 କୋଟି ଟଙ୍କା ଖର୍ଚ କରାଯାଇଛି । ସେ ଆହୁରି ଦାବି କରିଥିଲେ ଯେ 135 ଜଣ ଲୋକଙ୍କ ଜୀବନ ଠାରୁ ମଧ୍ୟ ଇଭେଂଟ ମ୍ୟାନେଜମେଂଟ ଓ ପିଆରର ଖର୍ଚ ଅଧିକ । ଗୋଖଲେ ଦାବି କରିଥିଲେ ଯେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା 135 ଜଣ ଲୋକଙ୍କ ପରିବାରକୁ ଯଦି 4-4 ଲକ୍ଷ ଟଙ୍କା ଦିଆଯାଏ ତେବେ ଏହା ମୋଟ 5 କୋଟି ଟଙ୍କା ହେବ ।
ତେବେ ଟିଏମସି ନେତା ସାକେତ ଗୋଖଲେ ଯେଉଁ ଦାବି କରିଥିଲେ ସେପରି କୌଣସି ରିପୋର୍ଟ କିମ୍ବା ଆରଟିଆଇ ତଥ୍ୟ ନ ଥିଲା । ବିଶୁଦ୍ଧ ଭାବେ ସେ ମିଛ ସ୍କ୍ରିନ ଶଟ ଓ ମିଛ ତଥ୍ୟକୁ ଶେୟାର କରି ମୋଦୀଙ୍କ ଭାବମୂର୍ତି ଖରାପ କରିବାକୁ ଲଗାତାର ପ୍ରୟାସ କରିଥିଲେ ।ଗୋଖଲେଙ୍କ ଏହି ଟ୍ୱିଟ ଜନିତ ମିଛ ଏତେ ମାତ୍ରାରେ ଭାଇରାଲ ହେଲା ଯେ ଶେଷରେ ଭାରତ ସରକାରଙ୍କର ଫ୍ୟାକ୍ଟ ଚେକ୍ ୟୁନିଟ ମଧ୍ୟ ଗତ ଡିସେମ୍ବର ମାସ ଏକ ତାରିଖ ଦିନ ଗୋଖଲେଙ୍କୁ ଟ୍ୱିଟକୁ ପିନ ପଏଂଟକରି ଏହା ମିଛ ବୋଲି କହିବାକୁ ପଡିଥିଲା ।