ଅର୍ଗସ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କୁ ଶକ୍ତ ଝଟକା । ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଶକ୍ତ ଝଟକା । ସୁରଟ ସେସନ କୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି । ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କଲେ ସୁରଟ କୋର୍ଟ । 2 ବର୍ଷର ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ଅପିଲ୍ କରିଥିଲେ । `ମୋଦି ସାଙ୍ଗିଆ' ମନ୍ତବ୍ୟ ପାଇଁ 2 ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ତଳ କୋର୍ଟଙ୍କ ରାୟ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି