ଅର୍ଥାତ ଏବେ ତ ଆରବ ଶେଖ ମାନଙ୍କର ହିଁ ପ୍ରଭାବ ରହିଛି । ଇସଲାମୀ ଶାସକ ମାନଙ୍କର ଭୟରୁ ଅନାଦି ପୁରୁଷ ପରମାତ୍ମାଙ୍କୁ ମଧ୍ୟ ଆଲ୍ଲାହ ନାମରେ ହିଁ କହିବାକୁ ପଡୁଛି । ଶାସନ ଏପରି ବ୍ୟବସ୍ଥା ତିଆରି କରି ରଖିଛି ଯେ ମନ୍ଦିର ଓ ଦେବତା ମାନଙ୍କ ଉପରେ ଟ୍ୟାକ୍ସ ଦେବାକୁ ପଡୁଛି । ଭାରତୀୟ ମାନଙ୍କୁ ତାଙ୍କର ପୂଜା ପଦ୍ଧତିର ଇସଲାମୀକରଣ କରିବାକୁ ପଡୁଛି । ପୂଜାର ପାତ୍ର, ଇଶ୍ୱରଙ୍କ ନାମ ସ୍ମରଣ, ତାଙ୍କର ପୂଜା ଓ ପୂଜା ସ୍ଥାନ ସମସ୍ତଙ୍କୁ ଇସଲାମୀ ରୂପ ରଙ୍ଗ ଦେବାକୁ ପଡୁଛି ।ଚାରି ଆଡେ କେବଳ ଆଜାନର ଶବ୍ଦ ଶୁଣା ଯାଉଛି। ପରିସ୍ଥିତି ଏପରି ହୋଇ ସାରିଛି ଯେ ବନବାରୀ ଅର୍ଥାତ କୃଷ୍ଣଙ୍କୁ ମଧ୍ୟ ନୀଳ ବସ୍ତ୍ରଧାରୀ କହିବାକୁ ପଡୁଛି । ତାଙ୍କୁ ନୀଳ ବସ୍ତ୍ରରେ ରଖିବାକୁ ପଡୁଛି । କେବଳ ଏଇଥି ପାଇଁ ଯେ ବିଦେଶୀ ଶାସକ ପ୍ରସନ୍ନ ରହୁ । ଘରେ ଘରେ ମିଆଁ – ମିଆଁ ଶବ୍ଦ ଗାୟନ କରା ଯାଉଛି । ଲୋକମାନଙ୍କର ଭାଷା ବଦଳି ଯାଇଛି ।
ଅର୍ଥାତ ବିଦେଶୀ ଶାସକ ମାନଙ୍କୁ ଖୁସି କରିବା ପାଇଁ ନିଜ ଭାଷା ଛାଡି ବିଦେଶୀ ଶାସକଙ୍କ ଭାଷା କହିବାକୁ ପଡୁଛି । ହେ ଇଶ୍ୱର, ତୁମେ ତ ସର୍ବ ଶକ୍ତିମାନ । ଯଦି ତୁମେ ଭାରତୀୟ ମାନଙ୍କୁ ଏହି ଦିନ ଦେଖାଇବା ପାଇଁ ଚାହୁଁଛ, ତେବେ ଆମେ କଣ କରି ପାରିବା । ସବୁ ଆଡେ ସଲାମ- ସଲାମ ହେଉଛି । ସମସ୍ତ ଲୋକ ମାନେ ମୋଗଲ ମାନଙ୍କର ପ୍ରଶଂସାରେ ଲାଗିଛନ୍ତି ।ଗୁରୁ ନାନକ ଦେବ ଯେଉଁ ସମୟରେ ଜନ୍ମ ଗ୍ରହଣ କରିଥିଲେ ସେହି ସମୟରେ ଭାରତର ଲୋକ ମାନଙ୍କୁ ଏକ ଏପରି ନେତୃତ୍ୱର ଆବଶ୍ୟକତା ଥିଲା ଯାହାଙ୍କର ଆଚରଣରେ ସାଧାରଣ ଲୋକଙ୍କ ମନରେ ବିଶ୍ୱାସ ତିଆରି ହୋଇ ପାରିବ । ସମାଜରେ ବ୍ୟାପ୍ତ ନିରାଶାର ବାତା ବରଣକୁ ଦୂର କରି ପାରିବ । ଗୁରୁ ନାନକ ନିଜେ ସେତେବେଳେ ସମ୍ପୂର୍ଣ ଦେଶରେ ଯାତ୍ରା କରି ଲୋକ ମାନଙ୍କ ମଧ୍ୟରେ ନିରାଶାର ବାତାବରଣକୁ ଶେଷ କରିଥିଲେ ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ତିଆରି କରିଥିଲେ ।
ସମ୍ପୂର୍ଣ ଏସିଆର ବହୁତ ବଡ ଭାଗକୁ ଜମ୍ବୁ ଦ୍ୱୀପ କୁହା ଯାଇଥାଏ । ଗୁରୁ ନାନକ ଦେବ ଜମ୍ବୁ ଦ୍ୱୀପର ଏପରି କୌଣସି ସ୍ଥାନ ନ ଥିଲା ଯାହାକୁ ପାଦରେ ଚାଲି ଚାଲି ଯାତ୍ରା କରି ନ ଥିଲେ । ପଂଜାବର ଇତିହାସରେ ଏହି ଯାତ୍ରା ଗୁଡିକୁ ‘ଉଦାସିୟାଁ’ ବୋଲି କୁହାଯାଇଥାଏ । ଗୁରୁବାଣୀର ପ୍ରସିଦ୍ଧ ବିଦ୍ୱାନ ମନମୋହନ ସହଗଲ ଏହି ଯାତ୍ରାକୁ ଲୋକ ଚେତନା ଯାତ୍ରା ବୋଲି କୁହନ୍ତି । ନିଜର ୭୦ବର୍ଷର ଜୀବନକାଳରେ ଗୁରୁ ନାନକ ୨୫ ବର୍ଷ ଧରି ଦୀର୍ଘ ଯାତ୍ରା ମାନ କରିଥିଲେ । ଏହି ଯାତ୍ରାରେ ମରଦାନା ଓ ବାଲା ତାଙ୍କର ସ୍ଥାୟୀ ସାଥୀଥିଲେ । ଗୁରୁଜୀ ଏହି ଯାତ୍ରା ଅଥବା ଉଦାସିୟାଁ ଜରିଆରେ ବିଦେଶୀ ଶାସକଙ୍କ ଅତ୍ୟାଚାର କାରଣରୁ ଦେଶରେ ବ୍ୟାପ୍ତ ନିରାଶାର ବାତାବରଣକୁ ଦୂର କରିଥିଲେ । ଏହି ଯାତ୍ରା ଜରିଆରେ ସେ ଭାରତର ଜନ - ଜନ ସହ ସେ କଥାବାର୍ତା କରୁଥିଲେ । ନିଜର ବାଣୀ ଓ କାବ୍ୟ ରଚନା ଦ୍ୱାରା ଲୋକଙ୍କ ମନରେ ଥିବା ଅନ୍ଧକାରକୁ ସମାପ୍ତ କରୁଥିଲେ ।ତାଙ୍କ ଭିତରେ ଥିବା ଅବସାଦକୁ ହରଣ କରୁଥିଲେ ।ଗୁରୁ ନାନକ ଦେବଜୀଙ୍କ ଏହି ଯାତ୍ରା କେବଳ ଯାତ୍ରା ନ ଥିଲା ବରଂ ଭାରତର ପୁନର୍ଜାଗରଣର ପ୍ରୟାସ ଥିଲା ।
ଗୁରୁ ନାନକ ଦେବ ଭାରତର ପ୍ରତ୍ୟେକ ରାଜ୍ୟକୁ ଯାତ୍ରା କରିଥିଲେ । ସେ ପାଦରେ ଚାଲି ଚାଲି ସୂଦୁର କାମାକ୍ଷା, ଅରୁଣାଚଳ ପ୍ରଦେଶ, ଓଡିଶାର ପୁରୀ, ତାମିଲନାଡୁର ରାମେଶ୍ୱରମ, କାଶୀ, ଗୟା, ପ୍ରୟାଗ, ଅଯୋଧ୍ୟା, ପଶ୍ଚିମତୋର ଭାରତର ବଲୁଚିସ୍ତାନ, ସିନ୍ଧ, ଖୈବର ପଖତୁନଖବା ଠାରୁ ଆରମ୍ଭ କରି ଆଫଗାନିସ୍ତାନ ସାଉଦୀ ଆରବ, ତିବତ, ଚୀନ, ତୁର୍କୀସ୍ଥାନ, ବଦ୍ରୀନାଥ, କୈଳାସ ମାନସରୋବର ଆଦି ଯାତ୍ରା କରିଥିଲେ ।ସେତେବେଳେ ବିଦେଶୀ ଶାସକ ମାନଙ୍କ ଛତ୍ର ଛାୟାରେ ଥିବା ସୈୟଦ ମୁଲ୍ଲା- ମୌଲବୀ, ସୁଫି ମାନେ ଭାରତର ସାଧାରଣ ଲୋକ ମାନଙ୍କୁ ଆତଙ୍କିତ କରି ରଖିଥିଲେ ।ଏହି ଯାତ୍ରା ମଧ୍ୟରେ ଗୁୁରୁ ନାନକ ଦେବ ଲୋକ ମାନଙ୍କ ମନରେ ଏହି ସୈୟଦ ମୁଲ୍ଲା- ମୌଲବୀ, ସୁଫି ମାନଙ୍କର ଆତଙ୍କକୁ ସମାପ୍ତ କରି ଲୋକ ମାନଙ୍କ ମଧ୍ୟରେ ଆଶାର ସଂଚାର କରାଇଥିଲେ ।
ଷଷ୍ଠ ଶତାବ୍ଦୀରେ ଇସଲାମର ଜନ୍ମ ହୋଇଥିଲା ଓ ଅଷ୍ଟମ ଶତାବ୍ଦୀର ଆରମ୍ଭରୁହିଁ ଆରବର ଲୋକ ମାନେ ହାତରେ ଖଣ୍ଡାଧରି ଭାରତ ପହଂଚି ଯାଇଥିଲେ । ନାନକ ଦେବଜୀଙ୍କ ଜନ୍ମ ସମୟରେ ଇସଲାମକୁ ଭାରତରେ ଆସିବାର ୭ ଶହ ବର୍ଷ ହୋଇ ଯାଇଥିଲା ।ଭାରତର ବିଶେଷଭାବେ ପଶ୍ଚିମୋତର ଭାରତର ଅଧିକାଂଶ ଭାରତୀୟ ମତାନ୍ତରିତ ହୋଇ ଶାସକ ମାନଙ୍କ ରିଲିଜିୟନକୁ ଗ୍ରହଣ କରି ସାରିଥିଲେ । ବିଦେଶୀ ମୁସଲମାନ ଓ ମୁଲ୍ଲା ମୌଲବୀ ମାନେ ଭାରତୀୟ ମାନଙ୍କୁ ଭୟଭୀତ କରୁଥିଲେ ।ତେଣୁ ଗୁରୁ ନାନକ ଦେବ ଇସଲାମ ଯାହା ଭାରତୀୟ ମାନଙ୍କୁ ଭୟଭୀତ କରାଉଥିଲା ତାର ଉଦଗମ ସ୍ଥାନକୁ ଯାଇ ତାକୁ ଦେଖିବା ଓ ବୁଝିବାକୁ ଚାହୁଁଥିଲେ । ତେଣୁ ସେ ମକ୍କାରେ ପହଂଚିଥିଲେ ।ସେ ଅତ୍ୟନ୍ତ କ୍ଲାନ୍ତ ଅବସ୍ଥାରେ ଶୋଇଥିବା ବେଳେ ଜଣେ ମୌଲବୀ ଆସି ଦେଖିଲା ଯେ ଜଣେ ଭାରତୀୟ ସାଧୁ ତାର ଗୋଡକୁ ମକ୍କା ଆଡକୁ ରଖି ଶୋଇଛି ।ଜଣେ କାଫିର ମକ୍କା କାବା ଆଡକୁ ଗୋଡ ରଖିଥିବାରୁ ସେ କ୍ରୋଧିତ ହୋଇ କହିଲା ଯେ ସେପଟେ ଖୁଦା ରହେ ।ଥକି ଯାଇଥିବା ନାନକ ତାଙ୍କୁ କହିଲେ ତୁମେ ଗୋଡକୁ ସେହି ଆଡେ ରଖି ଦିଅ ଯେଉଁ ପଟେ ଖୁଦା ନାହିଁ ।
ମୌଲବୀ ଜଣଙ୍କ ନାନକଦେବଙ୍କର ଗୋଡକୁ ଉଠାଇ ଯେଉଁ ଆଡେ ରଖିଲା ତାକୁ ସେହିପଟେ ମକ୍କା ଦେଖା ଗଲା । ସେ ବ୍ୟତିବ୍ୟସ୍ତ ହୋଇ ପଡିଲା ।
ଯେଉଁ ଠାରୁ ଇସଲାମ ଆରମ୍ଭ ହୋଇଥିଲା ସେହି ଆରବକୁ ଯାଇ ଗୁରୁ ନାନକ ଦେବ ସେଠାକାର ମୌଲବୀ ମାନଙ୍କୁ ଇଶ୍ୱର ବା ଖୁଦାର ଅବଧାରଣା ବୁଝାଇଥିଲେ । ଏହା ସବୁଠାରୁ ବଡ ଆଶ୍ଚର୍ଯ୍ୟ ଥିଲା । ଯେଉଁ ଇସଲାମ ଅଧାରୁ ଅଧିକ ବିଶ୍ୱକୁ ଅସ୍ତବ୍ୟସ୍ତ କରି ରଖି ଦେଇଥିଲା, ଭାରତରେଆସି ମଧ୍ୟ ମତାନ୍ତରଣ କରିଥିଲା, ସେହି ଇସଲାମର ଜନ୍ମ ଭୂମିରେ ଗୁରୁ ନାନକ ଦେବ ମୌଲବୀ ମାନଙ୍କୁ ପ୍ରଶ୍ନ କରୁଥିଲେ । ମୌଲବୀ ଗୁରୁ ନାନକ ଦେବଙ୍କ ସାମନାରେ ମୌଲବୀ ମାନେ ନିରୁତର ହୋଇ ଯାଇଥିଲେ ।ଗୁରୁ ନାନକ ଦେବଜୀ ତାଙ୍କର ଜୀବନ କାଳରେ ସମାଜରେ କୁରୀତି, କୁସଂସ୍କାର ସହ ଲଢିବା ସହ ଭାରତୀୟ ମାନଙ୍କ ମନରେ ବିଶ୍ୱାସ ଉତ୍ପନ୍ନ କରାଇଥିଲେ । ତାଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ଦଶ ଗୁରୁ ପରମ୍ପରା ମଧ୍ୟକାଳୀନ ଭାରତରେ ବିଦେଶୀ ଆକ୍ରମଣ ଠାରୁ ଆରମ୍ଭ କରି ମତାନ୍ତରଣ ରୋକିବା ଓ ଭାରତୀୟ ମାନଙ୍କ ମନରେ ସାହସ ଉତ୍ପନ୍ନ କରିବାର କାମ କରିଥିଲା । ମଧ୍ୟ ଏସିଆର ବିଦେଶୀ ଆକ୍ରମଣ କାରଣରୁ ପଶ୍ଚିମୋତର ଭାରତ ଯେପରି ସିନ୍ଧ, ବଲୁଚିସ୍ତାନ, ଖୈବର ପଖତୁନଖବା ଓ ଅଧା ପଂଜାବ ମୁସଲମାନ ହୋଇ ସାରିଛି । ତେଣୁ ଗବେଷକ ମାନଙ୍କର କହିବା କଥା ଯେ ଯଦି ଦଶ ଗୁରୁ ପରମ୍ପରା ନ ଥାନ୍ତା ତେବେ ସମ୍ପୂର୍ଣ ଉତର ଭାରତ ଇସଲାମରେ ମତାନ୍ତରିତ ହୋଇ ଯାଇଥାନ୍ତା ।