ତେବେ ଜ୍ଞାନବାପୀ ମସ୍ଜିଦ ମାମଲା କଣ? ୧୯୯୧ ମସିହାରେ ବାରାଣସୀ କୋର୍ଟରେ ଜ୍ଞାନବାପୀ ମସ୍ଜିଦକୁ ନେଇ ଏକ ଆବେଦନ ହୋଇଥିଲା। ଔରଙ୍ଗଜେବ ରାଜତ୍ୱ ସମୟରେ ୧୬ସହ ବେଳକୁ କାଶି ବିଶ୍ୱନାଥ ମନ୍ଦିରକୁ ଭାଙ୍ଗି ଭଗ୍ନସ୍ତୁପ ଉପରେ ଜ୍ଞାନବାପୀ ମସଜିଦ ନିର୍ମାଣ କରିବାକୁ ଔରଙ୍ଗଜେବ ନିର୍ଦ୍ଦେଶ ଦେଇଥିଲା ବୋଲି ଆବେଦନରେ ଦର୍ଶାଯାଇଥିଲା।
ଆବେଦକ ଓ ସ୍ଥାନୀୟ ପୂଜକମାନେ ମସ୍ଜିଦ୍ ପରିସରରେ ପୂଜାର୍ଚ୍ଚନା କରିବାକୁ ଆବେଦନରେ ଦାବି କରିଥିଲେ। ଏହାପରେ ଅନ୍ୟ ଜଣେ ଆବେଦକଙ୍କ ଅନୁରୋଧ ପରେ ୨୦୧୯ରେ ଆହ୍ଲାବାଦ ହାଇକୋର୍ଟ ଏଏସ୍ଆଇ ସର୍ଭେ ରିପୋର୍ଟ ଉପରେ ରହିତାଦେଶ ଜାରି କରିଥିଲେ। ତେବେ ବର୍ତ୍ତମାନର ବିବାଦ ହେଲା ଯେ ମସ୍ଜିଦ୍ ପରିସରରେ ଥିବା ଶ୍ରୀଙ୍ଗାର ଗୌରୀ ମନ୍ଦିର ଓ ଅନ୍ୟ ମୂର୍ତ୍ତୀଗୁଡ଼ିକର ପୂଜା ପାଇଁ ଜଣେ ମହିଳା ଦାବି କରିଛନ୍ତି। ଏହାପରେ ମାମଲା ପୁଣି ଯାଇ କୋର୍ଟରେ ପହଞ୍ଚିଛି।
ଆହୁରି ଅଧିକ ଭାରତର ଅନ୍ଯାନ୍ଯ ଖବର ପଢନ୍ତୁ ।