ଆହୁରି ପଢନ୍ତୁ: ଓଡ଼ିଶାରେ ଚିନ୍ତା ବଢାଇଲା H3N2 ସଂକ୍ରମଣ
ପୁରା ଦେଶରେ ୩ ହଜାରରୁ ଅଧିକ ସଂକ୍ରମିତ ମାମଲା ସାମନାକୁ ଆସିବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳକୁ ସତର୍କ କରାଯାଇଛି । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଲୋକଙ୍କୁ କରୋନା ସମୟରେ ନିଆଯାଉଥିବା ସତର୍କତା ବା ଗାଇଡ ଲାଇନକୁ ପାଳନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।
ଆହୁରି ପଢନ୍ତୁ: ଡରାଇଲାଣି ଏଚ୩ଏନ୨ ଭାଇରସ୍
ଭଲରେ ମାସ୍କ ପିନ୍ଧିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ ପରାମର୍ଶ ଦିଆଯାଇଛି । ଫ୍ଲୁ ପରି ଅସୁସ୍ଥତା ଏବଂ ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟାର ଲକ୍ଷଣ ଥିଲେ ସାମ୍ପଲ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଡାକ୍ତରଖାନାରେ ଔଷଧ, ଅକ୍ସିଜେନ୍ ଓ ଆବଶ୍ୟକ ସରଞ୍ଜାମ ମହଜୁଦ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।