ଏହା ପରେ ପୁଣି ଥରେ ହମିଦ ଆନସାରୀଙ୍କୁ ନେଇ ବିତର୍କ ଆରମ୍ଭ ହୋଇଛି । ଆନସାରୀ ଜଣେ ଘୋର ଇସଲାମିଷ୍ଟ ଓ ଭାରତର ପ୍ରବଳ ବିରୋଧୀ ଭାବେ ଜଣାଶୁଣା । ସେ ସବୁ ବେଳେ ଭାରତ ବିରୋଧୀ, ଭାରତକୁ ଦୁର୍ବଳ କରିବା ଭଳି କାମ କରିଥିବା ନେଇ ଅଭିଯୋଗ ହୋଇ ଆସିଛି । ଏହି ଲେଖାରେ ଆମେ ଭାରତକୁ ସେ କେତେ କ୍ଷତି ପହଂଚାଇବାକୁ ଚେଷ୍ଟା କରିଛନ୍ତି ସେ ବିଷୟରେ ଆଲୋଚନା କରିବା ।
ଭାରତର ଗୁଇନ୍ଦା ଏଜେନ୍ସି ରିସର୍ଚ ଏଣ୍ଡ ଆନାଲିସିସ ବିଙ୍ଗ ବା ର ର ଜଣେ ପୂର୍ବତନ ଅଧିକାରୀ ଏନ.କେ ସୁଦ ତାଙ୍କର ଭାରତ ବିରୋଧୀ କାର୍ଯ୍ୟକଳାପକୁ ନେଇ ରହସ୍ୟୋଘାଟନ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବିରୁଦ୍ଧରେ ଜାଂଚ କରି କଠୋର କାର୍ଯ୍ୟାନୁୃଷ୍ଠାନ ଗ୍ରହଣ କରିବାକୁ ପତ୍ର ଲେଖି ସାରିଛନ୍ତି ।
ହମିଦ ଆନସାରୀ ୧୯୯୦ରୁ ୯୨ ମଧ୍ୟରେ ଇରାନରେ ଭାରତର ରାଷ୍ଟ୍ରଦୂତ ଥିଲେ । ରାଷ୍ଟ୍ରଦୂତ ହିସାବରେ ସେ ଭାରତର ସ୍ୱାର୍ଥ ପାଇଁ କାମ କରିବା କଥା । ହେଲେ ସେ ଭାରତର ସ୍ୱାର୍ଥ ବିରୋଧରେ କାମ କରିଥିଲେ ।
‘ର’ ର ପୂର୍ବତନ ଅଧିକାରୀ ଏନ.କେ ସୁଦ୍ଙ୍କ କହିବା ଅନୁସାରେ ଇରାନର ରାଷ୍ଟ୍ରଦୂତ ଥିବା ସମୟରେ ଆନସାରୀ ତେହେରାନରେ ଥିବା ‘ର’ ର ସମସ୍ତ ସେଟ ଅପ୍ ସମ୍ପର୍କରେ ଇରାନ ସରକାରଙ୍କୁ ଜଣାଇ ଦେଇଥିଲେ । ଏପରି କରି ହାମିଦ ‘ର’ ପାଇଁ କାମ କରୁଥିବା ସମସ୍ତ ଅଧିକାରୀ ଓ ଗୁପ୍ତଚର ମାନଙ୍କ ଜୀବନକୁ ବିପଦରେ ପକାଇ ଦେଇଥିଲେ ।
ସେ ଇରାନରେ ଭାରତର ରାଷ୍ଟ୍ରଦୂୂତ ରହି ଇରାନ ସରକାର ଓ ତାଙ୍କର ଗୁଇନ୍ଦା ଏଜେନ୍ସି ଏସଏଭିଏକେ କୁ ମଧ୍ୟ ସହାୟତା କରିଥିଲେ । ଏହି କାରଣରୁ ‘ର’ ଓ ଏହାର କାମକୁ ଅତ୍ୟନ୍ତ କ୍ଷତି ପହଂଚିଥିଲା । ଇରାନର ଗୁଇନ୍ଦା ସଂସ୍ଥା ପକ୍ଷରୁ ଭାରତୀୟ ଦୂତାବାସର ଅଧିକାରୀ ମାନଙ୍କୁ ଅପହରଣ କରା ଯାଇଥିଲା ।
୧୯୯୧ ମସିହାରେ ଇରାନର ଗୁଇନ୍ଦା ସଂସ୍ଥା ପକ୍ଷରୁ ସନ୍ଦୀପ କପୁର ନାମକ ଜଣେ ଭାରତୀୟ ଅଧିକାରୀଙ୍କୁ ତେହେରାନ ଏୟାରପୋର୍ଟରୁ ଅପହରଣ କରାଯାଇଥିଲା । ଆନସାରୀ ଭାରତର ରାଷ୍ଟ୍ରଦୂତ ଥିବା କାରଣରୁ କପୁରଙ୍କୁ ଅପହରଣ କରା ଯାଇଥିବା ସମ୍ପର୍କରେ ସୂଚନା ତାଙ୍କୁ ଦିଆଗଲା ହେଲେ ସେ ଏହାକୁ ଗୁରୁତ୍ୱ ଦେଇ ନ ଥିଲେ ଓ ତାଙ୍କୁ ମୁକୁଳାଇବାକୁ କୌଣସି ପ୍ରକାର ପ୍ରୟାସ କରି ନଥିଲେ । କେବଳ ସେତିକି ନୁହେଁ ସେ ଭାରତର ବିଦେଶ ମନ୍ତ୍ରଣାଳୟକୁ ପଠାଇଥିବା କନଫିଡେନ୍ସିଆଲ ରିପୋର୍ଟରେ ଏହି ଅପହରଣ ପଛରେ ଏସଏଭିଏକେ ସାମିଲ ଥିବା ଉଲ୍ଲେଖ ନ କରି ଅପହୃତ ଅଧିକାରୀ କପୁରଙ୍କ ଚରିତ୍ର ସନ୍ଦେହାସ୍ପଦ ଥିବା ନେଇ ରିପୋର୍ଟ ଦେଇଥିଲେ । ସେ କେତେ ଭାରତ ବିରୋଧୀ ଥିଲେ ତାହାର ଅନୁମାନ ଏହି ଘଟଣାରୁ କରା ଯାଇ ପାରେ ।
ଅପହରଣ କରା ଯିବାର ତିନି ଦିନ ପରେ ଅଜ୍ଞାତ ବ୍ୟକ୍ତି ଦ୍ୱାରା କଲ କରି ସୂଚନା ଦିଆ ଗଲା ଯେ କପୁର ରାସ୍ତା କଡରେ ପଡିଛନ୍ତି । କପୁରଙ୍କୁ ଅପହରଣ ସମୟରେ ପ୍ରବଳ ନିର୍ଯ୍ୟାତନା ଦିଆ ଯାଇଥିଲା ଓ ବିପୁଳ ମାତ୍ରାରେ ଡ୍ରଗ୍ସ ଦିଆ ଯାଇଥିଲା । ଅନେକ ବର୍ଷ ପରେ ଯାଇ ସେ ସୁସ୍ଥ ହୋଇ ପାରି ଥିଲେ ।
ସେତେବେଳେ କାଶ୍ମୀରରେ ଆତଙ୍କବାଦ ପାଇଁ କାଶ୍ମୀରରୁ ଯୁବକ ମାନଙ୍କୁ ସିଧା ପାକିସ୍ତାନ ନ ନେଇ ପ୍ରଥମେ ଇରାନ ନିଆ ଯାଉଥିଲା ଓ ସେଠାରୁ ତାଙ୍କୁ ପାକିସ୍ତାନ ପଠା ହେଉଥିଲା । ସେଠାରେ ତାଲିମ ପାଇବା ପରେ ପୁଣି ସେମାନେ ଭାରତ ଫେରୁଥିଲେ ଓ କାଶ୍ମୀରରେ ଆତଙ୍କବାଦରେ ସାମିଲ ହେଉଥିଲେ । ଇରାନରେ ର ଏହି ମାମଲା ଉପରେ ଦୃଷ୍ଟି ଦେଉଥିଲା । ସେତେବେଳର ‘ର’ ର ନୂଆ ଷ୍ଟେସନ ଚିଫ ଡିବି ମାଥୁର ଏ ସମ୍ପର୍କରେ ଭାରତର ରାଷ୍ଟ୍ରଦୂତ ଭାବେ ଅନସାରୀଙ୍କୁ ଜଣାଇଥିଲେ । ଅନସାରୀ ଆଉ ବିଳମ୍ବ ନ କରି ଏହି ସୂଚନାକୁ ଇରାନ ସରକାରଙ୍କୁ ଜଣାଇଦେଲେ । ଏହା ପରେ ଇରାନର ଗୁଇନ୍ଦା ସଂସ୍ଥା ଭାରତୀୟ ଅଧିକାରୀ ଡିବି ମାଥୁରଙ୍କୁ ଅପହରଣ କରି ନେଲା । ଅନସାରୀଙ୍କୁ ମାଥୁରଙ୍କୁ ମୁକୁଳାଇବାକୁ ପ୍ରୟାସ କରିବାକୁ କୁହାଗଲା । ହେଲେ ସେ କିଛି କଲେ ନାହିାଁ ଏହା ପରେ ‘ର’ ଅଧିକାରୀ ମାନେ କୌଣସି ପ୍ରକାରରେ ତତ୍କାଳୀନ ବିରୋଧୀ ଦଳର ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଅବଗତ କଲେ । ବାଜପେୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ଏ ବିଷୟରେ ଜଣାଇବା ପରେ ଚାରି ଦିନ ପରେ ମାଥୁରଙ୍କୁ ମୁକୁଳାଇ ଯାଇ ପାରିଲା । ଇରାନରେ ରାଷ୍ଟ୍ରଦୂତ ଥିବା ସମୟରେ ହାମିଦ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ସହ ନିୟମିତ ଗୁପ୍ତ ମିଟିଂ କରୁଥିଲେ । ଏହାର ରିପୋର୍ଟ ସେ ଭାରତ ସରକାରଙ୍କୁ ଦେଉ ନ ଥିଲେ ।
୧୯୯୩ ମସିହାରେ ମୁମ୍ବାଇ ଠାରେ ପାକିସ୍ତାନ ପକ୍ଷରୁ ଅନେକ ସ୍ଥାନରେ ବିସ୍ପୋରଣ ହୋଇଥିଲା । ଏଥିରେ ଶହ ଶହ ସଂଖ୍ୟାରେ ନୀରିହ ଭାରତୀୟ ପ୍ରାଣ ହରାଇଥିଲେ । ସୂଦଙ୍କ କହିବା ଅନୁସାରେ ଅନସାରୀ ୧୯୯୩ ମସିହା ପୂର୍ବରୁ ର ସଂସ୍ଥାର ଉପସାଗରୀୟ ୟୁନିଟକୁ ପ ଂଗୁ କରି ଦେଇଥିଲେ । ମୁମ୍ବାଇ ବୋମା ବିସ୍ଫୋରଣର ପୂର୍ବରୁ ଏବଂ ପରେ ଏହି ଉପସାଗରୀୟ ଦେଶ ମାନଙ୍କରୁ ଅନେକ ତଥ୍ୟ ଆସି ପାରି ଥାନ୍ତା ହେଲେ ଆନସାରୀ ଙ୍କ କାରଣରୁ ଏହା ସମ୍ଭବ ହୋଇ ପାରି ନ ଥିଲା ।
ହାମିଦଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପର ଏକ ଲମ୍ବା ତାଲିକା ରହିଛି ଯାହାକୁ ଏହି ଛୋଟ ଲେଖାରେ ସାମିଲ କରିବା ସମ୍ଭବ ନୁହେଁ । ତଥାପି ଗୋଟିଏ –ଗୋଟିଏ ଧାଡିରେ ଏ ସମ୍ପର୍କରେ ଉଲ୍ଲେଖ ନ କଲେ ତାଙ୍କର ଗତିବିଧି କେତେ ମାରାତ୍ମକ ତାହା ବୁଝିବା ସମ୍ଭବ ହେବ ନାହିଁ । ଭାରତର ପ୍ରସିଦ୍ଧ ମହାକାଶ ବିଜ୍ଞାନୀ ଓ ନାମ୍ବୀ ନାରାୟଣଙ୍କୁ ମିଥ୍ୟା ମାମଲାରେ ଫସାଇ ଜେଲ ପଠାଇବା ଓ ଭାରତର ମହାକାଶ ବିଜ୍ଞାନର ପ୍ରଗତିକୁ ଅନେକ ବର୍ଷ ପଛକୁ ନିଆ ଯିବା ଘଟଣାରେ ମଧ୍ୟ ହାମିଦଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଏକ ସରକାରୀ କାର୍ଯ୍ୟକ୍ରମରେ ସେ ଭାରତର ଜାତୀୟ ପତାକାକୁ ସାଲ୍ୟୁଟ କରୁ ନ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେ ଏତେ ପରିମାଣରେ ଇସଲାମିଷ୍ଟ ଓ ଭାରତୀୟତା ବିରୋଧୀ ଘୃଣା ତାଙ୍କ ମନରେ ଭର୍ତି ହୋଇଥିଲା ଯେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ । କେବଳ ସେତିକି ନୁହେଁ ସେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସହ ଜଡିତ ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭର୍ଚୁଆଲୀ ଯୋଗ ଦେଇଥିଲେ ଓ ଭାରତରେ ମୁସଲମାନ ମାନେ ସୁରକ୍ଷିତ ନୁହନ୍ତି ବୋଲି କହିଥିଲେ । ସେତେବେଳେ ମଧ୍ୟ ତାଙ୍କର ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ସହ ସମ୍ପର୍କ ବିଷୟରେ ଅଭିଯୋଗ ଆସିଥିଲା । ପପୁଲାର ଫ୍ରଂଟ ଅଫ ଇଣ୍ଡିଆ, ଯାହା ବିରୁଦ୍ଧରେ ଦେଶରେ ଆତଙ୍କବାଦୀ ଗତିବିଧିକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ରହିଛି ତାର କାର୍ଯ୍ୟକ୍ରମରେ ଅତିଥି ଭାବେ ମଧ୍ୟ ସେ ସାମିଲ ହୋଇଥିଲେ ।
ଏଭଳି ଜଣେ ସଂଦିଗ୍ଧ ବ୍ୟକ୍ତିଙ୍କୁ କଂଗ୍ରେସ ନେତୃତ୍ୱ ତାଙ୍କୁ ଥରେ ନୁହେଁ ବରଂ ଦୁଇ ଦୁଇ ଥର ତାଙ୍କୁ ଉପ ରାଷ୍ଟ୍ରପତି କରିଥିଲ।। । ବିଭିନ୍ନ ଦେଶରେ ଭାରତର ପ୍ରତିନିଧିତ୍ୱ କରିବା ସହ ସଂଖ୍ୟାଲଘୁ କମିଶନର ଚେୟାରମ୍ୟାନ ଥିଲେ । ସେ ଏହି ସମୟ ଭିତରେ ଭାରତର ସ୍ୱାର୍ଥର କେତେ କ୍ଷତି କରି ନ ଥିବେ । ତେବେ ପ୍ରଶ୍ନ ଉଠେ ଯେ ଭାରତର ସିଷ୍ଟମରେ ଆନସାରୀ ଏତେ ଦିନ ଧରି ରହିଲେ । ତାଙ୍କ ଭଳି ଅନେକ ଲୋକ ଏବେ ମଧ୍ୟ ସିଷ୍ଟମରେ ରହିଥିବେ ଓ ଭାରତକୁ ସିଷ୍ଟମ ଭିତରେ ରହି ଦୁର୍ବଳ କରୁଥିବେ । ହାମିଦ ଆନସାରୀଙ୍କ ପରି ସିଷ୍ଟମରେ ଥିବା ଲୋକ ମାନଙ୍କୁ ଚିହ୍ନଟ କରିବା ଅତ୍ୟନ୍ତ ଜରୁରୀ ।
ହାମିଦ ଅନସାରୀଙ୍କୁ କେବଳ ଅଭିଯୋଗ ରହିଛି ବୋଲି କହି ଛାଡି ଦେବା ଉଚିତ ନୁହେଁ । ଯଦି ତାଙ୍କ ବିରୁଦ୍ଧରେ ରହିଥିବା ଅଭିଯୋଗ ଗୁଡିକର ସଠିକ ଭାବେ ଜାଂଚ ନ କରା ଯାଏ ତେବେ ତାହା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ । ଏହି ମାମଲାରେ ତାଙ୍କୁ ଛାଡି ଦେବାର ଅର୍ଥ ହେଲା ଯେ ଭାରତକୁ ଦୁର୍ବଳ କରିବା । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁଡିକ କୌଣସି ସାମାନ୍ୟ ଦୁର୍ନୀତି ଅଭିଯୋଗ ନୁହେଁ, ବରଂ ଦେଶଦ୍ରୋହ ଶ୍ରେଣୀର । ତାଙ୍କ ବିରୋଧରେ ଜାଂଚ କରା ଯିବା ଓ କଠୋର ଦଣ୍ଡ ଦେବା ସହ ତାଙ୍କ ଭଳି ସିଷ୍ଟମ ଭିତରେ ରହି ଭାରତକୁ ଦୁର୍ବଳ କରୁଥିବା ଲୋକଙ୍କୁ ମଧ୍ୟ କଠୋର ଦଣ୍ଡ ଦେବାର ଆବଶ୍ୟକତା ରହିଛି ।