ଗାଁରେ ପ୍ରାୟ ୫୦ରୁ ୬୦ ପରିବାର ବାସ କରନ୍ତି । ସେମାନେ ପାଖ ଜଙ୍ଗଲରୁ ବାଉଁସ ସଂଗ୍ରହ କରନ୍ତି । ସେଥିରେ ସେମାନେ ଏହି ଟୋକେଇ ତିଆରି କରିଥାନ୍ତି । ଏହାକୁ ନେବା ପାଇଁ ପାଖ ଗାଁ ରୁ କିଛି ଲୋକ ଆସିଥାନ୍ତି ,ସେଥିରେ ସେମାନଙ୍କର ଯାହା ରୋଜଗାର ସେତିକିରେ ସେମାନେ ପରିବାର ଚଳାନ୍ତି । ଜଣକା ପ୍ରାୟ ୧୦ ଟି ଲେଖାଏଁ ଟୋକେଇ ଦିନକୁ ତିଆରି କରିଥାନ୍ତି । ସେମାନଙ୍କ ପାଖରୁ ନେବାପାଇଁ ସ୍ଥାନୀୟ ଅଞ୍ଚଳରୁ ଲୋକେ ଆସିଥାନ୍ତି ।
ସେମାନଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚିପାରିନି ,କି ସେମାନଙ୍କ ଗ୍ରାମରେ କୌଣସି ବିକାଶ ହୋଇପାରୁନି । ସେମାନେ ସେହିଁ ଗାଁରେ ତିଆରି କରି ଗାଁରେ ବିକ୍ରି କରୁଛନ୍ତି । ସେମାନେ ଆଉ କୌଣସି ବ୍ୟବସାୟ କରନ୍ତି ନାହିଁ । ଗାଁର ସମସ୍ତ ବାସିନ୍ଦା ଏହି କାମ କରନ୍ତି ।
ସେମାନଙ୍କର ଏହି କୁଟୀରଶିଳ୍ପ ବେଶ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସହାୟତା ମିଳିପାରୁନି । ଯଦି ସେମାନଙ୍କର ଏହି ଶିଳ୍ପ ପାଇଁ କୌଣସି ସରକାରୀ ସହାୟତା ମିଳିପାରନ୍ତା ତେବେ ସେମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହୋଇପାରନ୍ତା