ଏହି ନିଳନୟନା ୧୯୯୪ ମସିହାରେ ବିଶ୍ବସୁନ୍ଦରୀରର ଟାଇଟେଲ ଜିତିଥିଲେ । ଏହାପରେ ଫିଲ୍ମ ଜଗତରେ ନିଜ ଅଭିନୟ ୧୯୯୭ ମସିହାରୁ ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ଆଉ ପଛକୁ ଚାହିଁବାର ସୁଯୋଗ ମିଳିଥିଲା । ଗୋଟିଏ ପରେ ଗୋଟିଏ ଫିଲ୍ମକରି ସେ ସଫଳତା ସାଉଁଟିଥିଲେ । ଏହାପରେ ବଲିଉଡ ହିରୋ ଅଭିଶେକ ବଚ୍ଚନଙ୍କ ପ୍ରେମରେ ପଡିଥିଲେ ଐଶୋର୍ଯ୍ୟା। ୧୯୯୯ ରେ ଉଭୟଙ୍କ ପ୍ରଥମ ଫିଲ୍ମ ଥିଲା ଢାଇ ଅକ୍ଷର ପ୍ରେମ୍ କି । ଯେଉଁଥିରେ ପରସ୍ପର ପରସ୍ପରକୁ ଭେଟିଥିଲେ । ଆଉ ପଡିଥିଲେ ଉଭୟଙ୍କ ପ୍ରେମରେ । ଆଉ ୨୦୦୭ ମସିହାରେ ଅଭିଷେକଙ୍କୁ ବିବାହ କରିଥିଲେ ଐଶୋର୍ଯ୍ୟା । ତେବେ ବିବାହ ସମୟରେ ଉଭୟଙ୍କୁ ନେଇ ଅନେକ ବିବାଦ ଲାଗି ରହିଥିଲା । କେହି କେହି କହିଥିଲେ ଐଶୋର୍ଯ୍ୟା ଅଭିଷେକଙ୍କୁ ବିବାହ କରିବା ପୂର୍ବରୁ ଐଶୋର୍ଯ୍ୟା ଏକ ବୃକ୍ଷକୁ ବିବାହ କରିଥିଲେ ନିଜ ରିଷ୍ଟ ଖଣ୍ଡନ ପାଇଁ । ପରେ ଏକ ଜାତୀୟ ଗଣମାଧ୍ୟମରେ ଇଣ୍ଟରଭିୟୁ ଦେବା ସମୟରେ ଐଶୋର୍ଯ୍ୟା କହିଥିଲେ, ହଁ ,ଏମିତି ଗୁଜବ ଆସିଥିଲା । ତେବେ ବିବାହକୁ ନେଇ ଗଣମାଧ୍ୟମରେ ଅନେକ କିଛି ବିବାଦୀୟ ମନ୍ତବ୍ୟ ଆସିବ ବୋଲି ଜାଣିଥିଲି,ହେଲେ ଏପରି ଆସିବ ବୋଲି ଜାଣିନଥିଲି । ଏସଵୁ ଏକଦମ ମିଛକଥା । ଏସଵୁ କେବଳ ଗୁଜବ ଅଟେ ।
ସେ ଯାହାବି ହେଉ ବଲିଉଡର ଏହି ବିଶ୍ବସୁନ୍ଦରୀ ଅଭିନେତ୍ରୀ ନିଜର ଅଭିନୟ ଆଉ ଗ୍ଲାମେରିୟସ ଲୁକ ପାଇଁ ଦର୍ଶକଙ୍କ ହୃଦୟରେ ଆଜି ବି ରାଜ କରୁଛନ୍ତି ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।