୧୯୭୮ମସିହାରେ ମହାରାଷ୍ଟ୍ରର ଅହମ୍ମଦନଗରରେ ଜନ୍ମଗ୍ରହଣ କରିଥିଲେ ଜହିର ଖାନ୍ । ଶ୍ରୀରାମପୁରର ବାସିନ୍ଦା ଜହିର ଖାନ ପାଠ ପଢି ଇଞ୍ଜିନିୟର ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପିତା ତାଙ୍କର ଏହି ନିଷ୍ପତ୍ତିରେ ରାଜି ନଥିଲେ । ସେ କହିଥିଲେ ଯେ ଦେଶରେ ଅନେକ ଇଞ୍ଜିନିୟର ଅଛନ୍ତି, ଜଣେ ଦ୍ରୁତ ବୋଲର ହୋଇ ଦେଶ ପାଇଁ ଖେଳ । ଜହିରଙ୍କ ପିତା ତାଙ୍କୁ ୧୭ ବର୍ଷ ବୟସରେ ମୁମ୍ବାଇ ନେଇ ଚାଲିଯାଇଥିଲେ । ପରେ ଜିମଖାନା ବିପକ୍ଷ ଫାଇନାଲରେ ଜହିର ସାତ ୱିକେଟ୍ ନେଇ ଆସିଥିଲେ ଲାଇମଲାଇଟକୁ ।
ମୁମ୍ବାଇ ଏବଂ ପଶ୍ଚିମ ଜୋନର ଅଣ୍ଡର-୧୯ ଦଳରେ ତାଙ୍କୁ ସମାଲି କରାଗଲା । ପରେ ଜହିର ଏମଆରଏଫ ପେସ ଏକାଡେମୀ ମାଧ୍ୟମରେ ସଫଳତାର ସିଢି ଚଢିବା ଆରମ୍ଭ କରିଦେଇଥିଲେ । ଏହପରି ଭାବେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଜହିର । ୨୦୦୦ ମସିହାରେ ସେ ଟିମ୍ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।