ଭୁବନେଶ୍ୱର: ସରିଲା ଅଠର ଆସିଲା ୧୯ । ୨୦୧୯କୁ ବିଶ୍ୱ ଏକ ଭିନ୍ନ ଅନ୍ଦାଜରେ ସ୍ୱାଗତ କରିଛି । ବିଶ୍ୱବାସୀ ଏକ ନୂଆ ବର୍ଷର ଶୁଭାରମ୍ଭକୁ ହୃଦୟର ସହ ଗ୍ରହଣ ମଧ୍ୟ କରିଛନ୍ତି । ୩୧ ଡିସେମ୍ବର ୨୦୧୮ର ମଧ୍ୟରାତ୍ରିରେ ୨୦୧୯କୁ ଲୋକମାନେ ବିଭିନ୍ନ ପ୍ରକାର ଶୈଳୀରେ ସ୍ୱାଗତ କରିଛନ୍ତି । ଅଷ୍ଟ୍ରେଲିଆର ସିଡନୀର ଚିତ୍ର କିଛି ଅଲଗା ଥିଲା । ହାର୍ବର ବ୍ରିଜ୍ ଉପରେ ୧୫ ଲକ୍ଷ ଲୋକ ଏକାଠି ହୋଇ ଉତ୍ସବ ପାଳନ କରିଥିଲେ । ସେହିଭଳି ନ୍ୟୁଜ୍ଲାଣ୍ଡର ଅକଲାଣ୍ଡ ସହରର ଟାଓ୍ୱାର ଦୃଶ୍ୟ ବି ଥିଲା ନିଆରା । ୨୦୧୮କୁ ବିଦାୟ ଦେଉଥିବା ସମୟରେ କିଛି ଖାସ୍ ଫଟୋ ଏବଂ ଭିଡିଓ ସହ ଏହି ସ୍ୱତନ୍ତ୍ର ରିପୋର୍ଟ ।
Delhi: People gather at the India Gate on new year's eve. pic.twitter.com/g7VnoDLtGO
— ANI (@ANI) December 31, 2018
#WATCH Auckland in New Zealand welcomes new year 2019 https://t.co/ZhZwqkXrUs
— ANI (@ANI) December 31, 2018
#WATCH Australia's Sydney welcomes the new year with spectacular fireworks. pic.twitter.com/SI0gzC33bq
— ANI (@ANI) December 31, 2018
Himachal Pradesh: People gather at Shimla's Mall Road to celebrate new year's eve pic.twitter.com/qCsAnQClDG
— ANI (@ANI) December 31, 2018
Delhi: Musicians perform at Connaught Place on new year's eve. pic.twitter.com/4mVGhdMIDY
— ANI (@ANI) December 31, 2018
ଅର୍ଗସ ବ୍ୟୁରୋ: ଅନୈତିକ କାର୍ଯ୍ୟ ପାଇଁ ରାଜି ନହେବାରୁ ଦୁଇ ଯୁବତୀଙ୍କୁ ଗାଡି ମଡାଇ ହତ୍ୟା ଉଦ୍ୟମ । ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ । ୨ ତାରିଖ ଅପରାହ୍ନରେ ଦୁଇ ଭଉଣୀ ସାଙ୍ଗ ହୋଇ ନିଜ ମାମୁଁ ଘରକୁ ଯିବା ରାସ୍ତାରେ ଘଟିଥିଲା ଘଟଣା । ନରେନ୍ଦ୍ରପୁର ଫାଣ୍ଡି କାକୁଡିଆପଦାଠାରେ ଦୁଇ ଯୁବତୀଙ୍କ ସ୍କୁଟି ସହ ଜାଣିଶୁଣି ନିଜ ବାଇକ୍ ଧକ୍କା କରାଇଥିଲେ ତେଣ୍ଡାକୋଡା ଅଞ୍ଚଳର ଦୁଇ ଜଣ ଯୁବକ ।
କଟକର ଏକ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼ୁଛନ୍ତି ପୀଡିତା ଦୁଇ ଭଉଣୀ ଅଫିଫା ତସଲିନ ଓ ନିହା ଫରଦୋଷ । ଏନେଇ ଥାନାରେ ଗତ 5 ତାରିଖରୁ ଅଭିଯୋଗ ସତ୍ତ୍ବେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିବ ପୂର୍ବାଞ୍ଚଳ ପରିଷଦର ୨୬ ତମ ବୈଠକ । ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଆନ୍ତଃରାଜ୍ୟ ପରିଷଦ ସଚିବାଳୟ ଦ୍ୱାରା ଏହି ବୈଠକ ଆୟୋଜିତ ହେଉଛି । ଏହି ବୈଠକରେ ବିଭିନ୍ନ ରାଜ୍ୟର ୨ ଜଣ ବରିଷ୍ଠ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗଦେବେ । ବୈଠକରେ ଯୋଗଦେବା ପାଇଁ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଝାରଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ।
ବୈଠକରେ ଯୋଗଦେବା ପାଇଁ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପଞ୍ଚାୟୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ବିହାର ଯାଇଛନ୍ତି । ରାଜ୍ୟଗୁଡିକର ଉତ୍ତମ ବୁଝାମଣା ଓ ସହଯୋଗ ଏହାସହ ପୁର୍ବାଞ୍ଚଳ ରାଜ୍ୟଗୁଡ଼ିକର ଭିତିଭୁମି ତଥା ସାମଗ୍ରିକ ବିକାଶ ପାଇଁ ହେବ ଆଲୋଚନା ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଜଙ୍ଗଲରେ ପଡିଛି ବସ୍ତା ବସ୍ତା ପିଡିଏସ୍ ଚାଉଳ । ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ଚାଉଳ ବସ୍ତା ମାନ ଲୁଚାଇ ରଖାଯାଇଛି । ପାଖାପାଖି ୩୦ରୁ ଅଧିକ ପିଡିଏସ୍ ବସ୍ତା ଜଙ୍ଗଲରେ ପଡିଥିବା ଦେଖିବାକୁ ମିଳିଛି । ଏଭଳି ଚିତ୍ର ସାମ୍ନାକୁ ଆସିଛି ଉଦଳା ଥାନା ବହୁବନ୍ଧ ପଟାଶ ଜଙ୍ଗଲରୁ । ଆଜି ସକାଳ ସମୟରେ ଜଙ୍ଗଲରେ ଅନେକ ଗୁଡିଏ ପିଡିଏସ୍ ଚାଉଳ ବସ୍ତା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।
ଯାହାକୁ ନେଇ ଗ୍ରାମବାସୀମାନେ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ମଧ୍ୟ ଅଟକ ରଖିଛନ୍ତି । ଏହି ପିଡିଏସ୍ ଚାଉଳ ବସ୍ତା ଗୁଡିକ ଜଙ୍ଗଲର କେବଳ ଗୋଟିଏ ସ୍ଥାନରେ ନୁହେଁ ବରଂ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଦେଖିବାକୁ ମିଳିଛି । ଏହି ପିଡିଏସ୍ ଚାଉଳ ନିକଟସ୍ଥ ମିଲରୁ କେହି ଚୋରି କରି ନେଇ ବିକ୍ରୀ ନିମନ୍ତେ ଲୁଚାଇ ରଖିଥିବା କୁହାଯାଉଛି । ତେବେ ଏହି ଚାଉଳ କେଉଁଠୁ ଆସିଲା ଏବଂ କୁଆଡେ ଯିବାର ଥିଲା ତାହାର ଖୋଳତାଡ ନିମନ୍ତେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର