ମୁଁ ଆଗରୁ କେବେ ଯୋଜନା କରି ଖେଳେ ନାହିଁ । ପରିସ୍ଥିତିକୁ ପଢିବାକୁ ଚେଷ୍ଟା କରେ । ସେହି ସମୟରେ ଯାହା ଆବଶ୍ୟକ ତାହା କରେ । ଅଧିକାଂଶ ସମୟରେ ମୁଁ ମୋର ଆତ୍ମବିଶ୍ୱାସର ସହ କାମ କରେ । ମୋ ଜୀବନ ଓ ଅଧିନାୟକତ୍ୱ ମଧ୍ୟରେ ଏକ ସରଳ ରେଖା ରହିଛି । ମୁଁ ଯଦି ହାରିବି ମୋ ନିଷ୍ପତ୍ତି ପାଇଁ ହାରିବି । ସେଥିପାଇଁ ନିଜ ନିଷ୍ପତ୍ତି ନିଜେ ନିଏ । ଚାପମୁକ୍ତ ମ୍ୟାଚକୁ ସରଳ କରି ଖେଳିବାକୁ ଚେଷ୍ଟା କରେ । ଆଶା ଅଛି ଆଗକୁ ବି ବଡ ମ୍ୟାଚରେ ସମାନ କାର୍ଯ୍ୟ କରିବାକୁ ସମର୍ଥ ହେବି ।
ଏହାସହ ପାଣ୍ଡ୍ୟା କହିଛନ୍ତି ପୂର୍ବତନ ଅଧିନାୟକ ଧ୍ୱନିଙ୍କ ସହ ଖେଳିବାର ବହୁତ କିଛି ଶିଖିବାକୁ ମିଳିଛି । ଧୋନି ସବୁବେଳେ ଭାବି ଚିନ୍ତି ଧିରେ ସୁସ୍ଥେ ନିଷ୍ପତ୍ତି ନିଅନ୍ତି । ତାଙ୍କ ନେତୃତ୍ତ୍ୱ ଶୈଳୀକୁ ଅନୁସରଣ କରେ ନାହିଁ ତାଙ୍କ ଠାରୁ ପାଇଥିବା ଶିକ୍ଷାକୁ ଉପଯୋଗୀ କରେ ।
2022 ଆଇପିଏଲରେ ଚମତ୍କାର ପ୍ରଦର୍ଶନ ଓ ନେତୃତ୍ୱ ବଳରେ ଗୁଜୁରାଟ ଟାଇଟାନସକୁ ଚମ୍ପିଆନ କରାଇଥିଲା । ଏହା ପର ଠାରୁ ପାଣ୍ଡ୍ୟାଙ୍କୁ ବିଶ୍ୱ କ୍ରିକେଟରେ ଏକ ବିପଦଜ୍ଜନକ ଅଲରାଉଣ୍ଡର ଭାବେ ଗଣନା କରାଯାଉଛି ।
କ୍ରୀଡା ଖବର ଆହୁରି ପଢନ୍ତୁ