ହରି ପ୍ରସାଦଙ୍କୁ ସୋନିଆ ଗାନ୍ଧୀଙ୍କ ଖୁବ ନିକଟତର ବୋଲିମନେ କରାଯାଏ । ତେଣୁ ପାର୍ଟି ହାଇକମାଣ୍ଡ ତାଙ୍କୁ ବିଭିନ୍ନରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦେଇ ଆସିଥାଏ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜ୍ୟରେ ଏକ ହୋଟେଲରେ ଏଡିଗା, ବିଲାବା ଓ ଦିବାରା ଜାତିର ଲୋକ ମାନଙ୍କର ନେତା ମାନଙ୍କର ଏକ ବୈଠକରେ ଭିକେ ହରିପ୍ରସାଦ ସିଦ୍ଧେରମେୟା ସରକାର ବିରୁଦ୍ଧରେ ବର୍ଷିଛନ୍ତି ।
କର୍ଣ୍ଣାଟକରେ ପ୍ରଭାବଶାଳୀ ଏଡିଗା ଜାତିର ହରିପ୍ରସାଦ ବର୍ତମାନ ବିଧାନ ପରିଷଦର ସଦସ୍ୟ ଅଛନ୍ତି। ସେ ଏହି ବୈଠକରେ କହିଥିଲେ, ମୋତେ ରାଜ୍ୟ କ୍ୟାବିନେଟରେ ସ୍ଥାନ ମିଳୁ କିମ୍ବା ନ ମିଳୁ ତାହା ଭିନ୍ନ କଥା । କଂଗ୍ରେସର ପାଂଚ ଜଣ ମୁଖ୍ୟମନ୍ତ୍ରୀ ଚୟନରେ ମୋର ଭୂମିକା ରହିଛି । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମୋର ସମ୍ପର୍କୀୟ ନୁହନ୍ତି । ହେଲେ ପଛୁଆ ବର୍ଗର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ମୋର ଭୂମିକା ରହିଛି । ମୁଁ ଭଲ ଭାବେ ଜାଣିଛି ଯେ କିପରି ମୁଖ୍ୟମନ୍ତ୍ରୀ କରାଯାଏ ଓ କିପରି ମୁଖ୍ୟମନ୍ତ୍ରୀ ପଦରୁ ହଟା ଯାଏ ।
ହରି ପ୍ରସାଦ ଆହୁରି କହିଛନ୍ତି. ସେ ମନ୍ତ୍ରୀ ପଦ ପାଇଁ ଭିକ ମାଗିବେ ନାହିଁ। ସେ ନିଜର ଲଢେଇ ଜାରୀ ରଖିବେ।
ଗାନ୍ଧୀ ପରିବାରର ଘନିଷ୍ଠ ବୋଲି କୁହା ଯାଉଥିବା ହରିପ୍ରସାଦଙ୍କ ଏହି ବୈଠକରେ ଦିଆ ଯାଇଥିବା ଭାଷଣ ବର୍ତମାନ ରାଜନୈତିକ ପରିଦୃଶ୍ୟରେ ଖୁବ ଗୁରୁତ୍ୱପୂର୍ଣ ହୋଇଯାଇଛି । ଏହାକୁ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ବିରୁଦ୍ଧରେ ବିଦ୍ରୋହର ବିଗୁଲ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।
ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର ମଧ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟାଙ୍କ ବିରୁଦ୍ଧରେ ବିଦ୍ରୋହର ଆରମ୍ଭ କରି ସାରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏହାକୁ ନେଇ ଚିନ୍ତିତ ଥିବା ବେଳେ ହରିପ୍ରସାଦଙ୍କ ବିଦ୍ରୋହୀ ଆଭିମୁଖ୍ୟ କଂଗ୍ରେସକୁ ଆହୁରି ଅଡୁଆରେ ପକାଇ ଦେଇଛି ।
ଆହୁରି ପଢନ୍ତୁ ଭାରତ ଖବର...