ଏହି ମହୋତ୍ସବରେ ନେପାଳର ମହିଳାମାନେ ଉପବାସ ରଖି ଭଗବାନ ଶଙ୍କରଙ୍କର ଉପାସନା କରିଛନ୍ତି । ଜନ୍ମାଷ୍ଟମୀର ନବମ ଦିନରେ ଏହି ପର୍ବ ପଡୁଥିବାରୁ ମହିଳାଙ୍କ ଖୁସି ଦ୍ଵିଗୁଣିତ ହୋଇଯାଇଥାଏ । ଦିଲ୍ଲୀରେ ରହୁଥିବା ନେପାଳର ଭାଇଭଉଣୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସମାଜର ବିଭନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ହୋମ ଗୌରବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଉତ୍ସବରେ ଇଣ୍ଡିଆ ଟିଭିର ଚେୟାରମ୍ୟାନ ରଜତ ଶର୍ମା, ଇଣ୍ଡିଆ ଟିଭି ଡାଇରେକ୍ଟର ରୀତୁ ଧୱନ, ସାଂସଦ ରାଜୁ ବିଷ୍ଟ, ସାଂସଦ ମନୋଜ ତିୱାରୀ , ସାଂସଦ ରମେଶ ବିଘୁଡି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ କଳାକାରଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା ।
ଆହୁରି ପଢନ୍ତୁ ଭାରତ ଖବର...