ତେବେ ଏସଆଇଟି ଘଟଣାସ୍ଥଳ, ଅନ୍ତ୍ୟେଷ୍ଟି ସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କୁ ପଚରାଉଚୁରା କରିଛି। ଏହି ମଧ୍ୟରେ ଡିଆଇଜି ଶଲଭ ମାଥୁର ହାଥରସରେ ପହଞ୍ଚିଥିଲେ। ସେ ପୀଡିତାଙ୍କ ପରିବାରକୁ ସାକ୍ଷାତ କରିଥିଲେ। ଏନେଇ ସେ କହିଛନ୍ତି ଯେ, ପୀଡିତାଙ୍କ ପରିବାରକୁ ସୁରକ୍ଷା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ହାଥରସ ଘଟଣାରେ ଦିନକୁ ଦିନ ବହୁ ନୂତନ ତଥ୍ୟର ଖୁଲାସା ହେଉଛି। ଏହି ଘଟଣା ପରେ ପୀଡିତାଙ୍କ ପରିବାର ଦାବି କରିଛନ୍ତି ଯେ, ସେମାନଙ୍କ ପ୍ରତି ବିପଦ ରହିଛି। ତେଣୁ ସେମାନେ ଗାଁ ଛାଡିବାକୁ ଚାହୁଁଛନ୍ତି। ଫଳରେ ସରକାରଙ୍କ ପକ୍ଷରୁ ପୀଡିତାଙ୍କ ପରିବାକୁ ସୁରକ୍ଷା ଯୋଗାଇ ଦିଆଯାଇଛି।