ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ମଦ ଉପରେ ଅତିରିକ୍ତ 70 ପ୍ରତିଶତ ଏମଆରପି କୁ ଚାଲେଞ୍ଜ କରି ଦାୟର ହୋଇଥିବା ମାମଲାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ମମାଲରେ କୋର୍ଟ ଦିଲ୍ଲୀ ସରକାରଙ୍କୁ ନିଜର ପକ୍ଷ ରଖିବାକୁ କହିଛନ୍ତି।
ପ୍ରଧାନ ବିଚାରପତି ଡି ଏନ ପଟେଲ ଏବଂ ଜଷ୍ଟିସ ସି ହରି ଶଙ୍କରଙ୍କୁ ନେଇ ଗଠିତ ବେଞ୍ଚ ଦିଲ୍ଲୀ ସରକାରଙ୍କୁ ଏକ ବିଜ୍ଞପ୍ତି ଜାରି କରି ଉତ୍ତର ଦେବାକୁ କହିଛନ୍ତି। ଆସନ୍ତା 29 ତାରିଖ ସୁଦ୍ଧା ଏହାର ଉତ୍ତର ରଖିବାକୁ କୋର୍ଟ କହିଛନ୍ତି।
କିନ୍ତୁ ଆବେଦନ କାରୀ ଙ୍କ ମଦ ବିକ୍ରି ଉପରେ ରୋକ ଲଗାଇବାକୁ କୋର୍ଟ ମନା କରିଛନ୍ତି। ସେହିପରି ସୁପ୍ରିମକୋର୍ଟ ମଦ ଦୋକାନ ଖୋଲିବା ବିରୋଧରେ ଦାଖଲ ହୋଇଥିବା ଦୁଇଟି ମମାଲର ଶୁଣାଣିକୁ ପ୍ରତ୍ୟାକ୍ଷନ କରିବା ସହ ମାମଲା ଗୁଡିକୁ ଖାରଜ କରିଛନ୍ତି।
ପ୍ରତିଦିନ ଏହିପରି ମାମଲ ଦାୟର ହେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ନିଜର ପ୍ରଚାର ପ୍ରସାର ପାଇଁ ମାମଲା ଗୁଡିକ ର ଆବେଦନ ହେଉଛି ବୋଲି କୋର୍ଟ କହିଛନ୍ତି। ଆବେଦନ କାରୀଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଇବା ସହ ମାମଲା ଗୁଡିକୁ କୋର୍ଟ ଖାରଜ କରିଛନ୍ତି।
