କେବଳ ହେଡଫୋନ ନୁହେଁ, କୌଣସି ଉତ୍ସବ ବା କାର୍ଯ୍ୟକ୍ରମରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍ ବାଜିବା ଦ୍ୱାରା ସେଥିରେ ଉପସ୍ଥିତ ଲୋକଙ୍କ ଉପରେ ମଧ୍ୟ ଅନୁରୂପ ପ୍ରଭାବ ପଡିବା ଆଶଙ୍କା ରହିଛି ବୋଲି ରିପୋର୍ଟରେ ଦାବି କରାଯାଇଛି। ଏହା ପ୍ରଭାବରେ ଆଗାମୀ ଦିନରେ ବିଶ୍ୱରେ ୬ଲକ୍ଷ ୭୦ ହଜାରରୁ ୧୩୫ କୋଟି ଲୋକ ଶ୍ରବଣ ଶକ୍ତି ହରାଇବାର ଯଥେଷ୍ଟ ଆଶଙ୍କା ରହିଛି।ଅତ୍ୟାଧୁନିକ ବୈଶିଷ୍ଟ୍ୟ ଥିବା ମୋବାଇଲ ଫୋନ୍ ସହ ହେଡଫୋନର ବ୍ୟବହାର ବହୁଳ ସଂଖ୍ୟାରେ ଯୁବପିଢ଼ିଙ୍କଠାରେ ହିଁ ଦେଖିବାକୁ ମିଳିଛି। ସମ୍ପ୍ରତି ଡିଜିଟାଲ ଯୁଗରେ ଇଲେକ୍ଟ୍ରୋନିକ୍ ଗ୍ୟାଜେଟର ଲୋକପ୍ରିୟତା କାହିଁରେ କେତେ।
କେବଳ ଯୁବପିଢ଼ି କାହିଁକି, ସବୁ ବର୍ଗର ଲୋକ ଏହାକୁ ବ୍ୟବହାର କରି ଦୁନିଆକୁ ହାତମୁଠାରେ ରଖିବାକୁ ଚେଷ୍ଟା କରୁଛନ୍ତି। ମୋବାଇଲ, କମ୍ପ୍ୟୁଟର ସମେତ ଟିଭିରେ ମଧ୍ୟ ଏବେ ହେଡଫୋନ୍ ଲଗାଇ ଲୋକେ ଉଚ୍ଚ ଶବ୍ଦ ବା ହାଇ ବାସରେ ମ୍ୟୁଜିକ୍ ଶୁଣିବାକୁ ପସନ୍ଦ କରୁଛନ୍ତି। ଧୀରେ ଧୀରେ ଏହା ସେମାନଙ୍କ ଶ୍ରବଣଶକ୍ତିକୁ ପ୍ରଭାବିତ କରୁଛି। ହେଲେ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କଣ ତାହା ବାବଦରେ ସେମାନେ ପ୍ରାୟ ଅବଗତ ନାହାନ୍ତି। ଉଚ୍ଚ ଶବ୍ଦରେ ମ୍ୟୁଜିକ୍ ଶୁଣିବା ଯୋଗୁ ବିଶ୍ୱରେ ୧୦୦ କୋଟିରୁ ଅଧିକ ଯୁବକଯୁବତୀ ସେମାନଙ୍କ ଶ୍ରବଣ ଶକ୍ତି ହରାଇବା
ଆଶଙ୍କା ରହିଥିବା ଡବ୍ଲ୍ୟୁଏଚଓ ଅଧ୍ୟୟନରୁ ଜଣାପଡିଛି।ଅଧ୍ୟୟନକାରୀ ଜାଣିବାକୁ ପାଇଥିଲେ ଯେ, ସ୍ମାର୍ଟଫୋନରେ ହେଡଫୋନ୍ ଲଗାଇ ଉଚ୍ଚ ଶବ୍ଦରେ ମ୍ୟୁଜିକ ଶୁଣୁଥିବା ୨୪% ଯୁବକଯୁବତୀଙ୍କଠାରେ ଶ୍ରବଣ ଶକ୍ତି ହରାଇବା ଆଶଙ୍କା ଅଧିକ।