ଅଧିକ ପଢନ୍ତୁ ଭାରତ ଖବର
ମଣିଷ ଶରୀରରେ କଣ୍ଠର ସ୍ୱର, ମଜଭୁତ୍ ମାଂସପେଶୀ ଏବଂ ପୁରୁଷଙ୍କ ଶରୀରରେ ଉଠୁଥିବା କେଶ ଓ ନିଶ ପାଇଁ ସହାୟକ ହୋଇଥାଏ ଷ୍ଟୋଷ୍ଟେରନ୍ ହର୍ମୋନ୍ । ଆଉ ବୟସ ବଢିବା ସହିତ ଶରୀରରେ ମଧ୍ୟ ଟେଷ୍ଟୋଷ୍ଟେରନ୍ ସ୍ତର ଏବଂ ଶୁକ୍ରାଣୁ ଉତ୍ପାଦନ କ୍ଷମତା ଧୀରେ ଧୀରେ କମିବାର ଲାଗିଥାଏ ।
ଏହି ସ୍ତର କମିବା ସମୟରେ ଶାରିରୀକ ଓ ମାନସିକରେ ବିଭିନ୍ନ ଲକ୍ଷଣ ମାନ ଦେଖାଯାଇଥାଏ । ପୁରୁଷଙ୍କଠାରେ ୩୦ ବର୍ଷ ବୟସ ପରେ ପ୍ରତି ୧୦ ବର୍ଷରେ ଟେଷ୍ଟୋଷ୍ଟେରନ୍ର ମାତ୍ରା ୧୦ ପ୍ରତିଶତ କମିଥାଏ ବୋଲି ଆକଳନ କରାଯାଇଛି । ଆଣ୍ଡ୍ରୋପୋଜ୍ ହେଉଛି ଏମିତି ଅବସ୍ଥା, ଯାହା ପୁରୁଷଙ୍କ ଟେଷ୍ଟୋଷ୍ଟେରନ୍ ହ୍ରାସ ସହ ଜଡିତ ଥାଏ । ୫୦ ବର୍ଷରେ ମାତ୍ର ୩୦ ପ୍ରତିଶତ ପୁରୁଷ ଟେଷ୍ଟୋଷ୍ଟେରନ୍ ହ୍ରାସ ବା ଆଣ୍ଡ୍ରୋପୋଜ୍ର ବା ଛନ୍ଦଃପତନ ଅନୁଭବ କରିଥାନ୍ତି ।
ଯାହାର ଲକ୍ଷଣ ଭାବେ ସେମାନଙ୍କ ରକ୍ତରେ ବାୟୋ- ଆଭେଲେବଲ୍ ଟେଷ୍ଟୋଷ୍ଟେରନ୍ର ପରିମାଣ ହ୍ରାସ ପାଇଥାଏ । ଶରୀରରେ ଥିବା ଟିସୁଗୁଡିକ, ଯାହା ଟେଷ୍ଟୋଷ୍ଟେରନ୍ ଦ୍ୱାରା ଉତ୍ତେଜିତ ହୋଇଥାନ୍ତି । ହର୍ମୋନ୍ର କମ୍ କ୍ଷରଣ ଯୋଗୁଁ ସମ୍ପୃକ୍ତ ବ୍ୟକ୍ତିଠାରେ ମନ ବିଚଳିତ ହେବା, ଶାରୀରିକ ଥକ୍କାପଣ, ଯୌନ ଅକ୍ଷମତା ବା ମାନସିକ ପରିବର୍ତ୍ତନ ଆଦି ଦେଖିବାକୁ ମିଳିଥାଏ ।