ହୁଏତ ଆପଣ ଭାବୁଥିବେ ସେ ପୂଜା ଥାଳିରୁ ଭୋଗ ନେଇ ଅଇଁଠା କରିଦେବ । ନ ହେଲେ ଠାକୁରଙ୍କ ଉପରକୁ ଲମ୍ପ ମାରି ପୂଜା ପୂଜାପାଠ ବିଗାଡି ଦେବ । କିନ୍ତୁ ସେମିତି ଆଦୌ ହୋଇନି । ମାଙ୍କଡଟି ରାମ ନାମ ଜପୁଥିବା ମହିଳାଙ୍କ ପାଖକୁ ସିଧା ଶଳଖ ଆସିଲା ଏବଂ କୁଣ୍ଢାଇ ପକାଇଲା ।
ଦୃଶ୍ୟ ହେଉଛି ଆନ୍ଧ୍ରପ୍ରଦେଶର । ଯେଉଁଠି ରାମନବମୀ ଦିନ ଏହି ଭିଡିଓଟି ସୁଟ୍ ହୋଇଛି । ମହିଳା ଜଣକ ସ୍ଥାନୀୟ ଏକ କଲେଜରେ ଅଧ୍ୟାପିକା ଅଛନ୍ତି । ଭଗବାନ ରାମଙ୍କୁ ଭଲ ପାଉଥିବା ମହିଳା ଜଣକ ରାମ ନବମୀ ତିଥିରେ ଉପବାସ କରି ରାମ ନାମ ଜପୁଥିଲେ । ଆଉ ସେତିକିବେଳେ ଘଟିଲା ଏହି ଘଟଣା। ଲୋକେ କହୁଛନ୍ତି ନିଜେ ହନୁମାନ ବାନର ରୂପେ ଆସିଥିଲେ । ଆଉ ଭକ୍ତକୁ ଦର୍ଶନ ଦେଲେ । କଥାରେ ଅଛି ବିଶ୍ବାସ ମୂଳେ ହରି । ଏଣୁ କଥାଟାକୁ ଆପଣ ଆପଣଙ୍କ ଦୃଷ୍ଟିରେ ଦେଖିବାକୁ ହିଁ ଅନୁରୋଧ ।
ଆହୁରି ଜାତୀୟ ଖବର ପଢନ୍ତୁ …