କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାମନ୍ତବାଦୀ ମାନସିକତା ରହିଛି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଆଜି ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଦିଲ୍ଲୀର ଅଧିକାଂଶ ଅଞ୍ଚଳ ବେହାଲ ହୋଇପଡିଛି। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ସୂଚନାନୁଯାୟୀ, ଆଜି ଦିନ ତମାମ ଦିଲ୍ଲୀ ଆକାଶରେ ମେଘ ବାଦଲ ଢାଙ୍କି ରହିଥିଲା। ଅପରାହ୍ଣରେ ଘଡଘଡି ସହ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ଫଳରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ରାସ୍ତାରେ ପାଣି ଜମି ରହିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। କିଛି ସମୟ ପାଇଁ ରାସ୍ତାରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା। କେତେକ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ମଧ୍ୟ ପଶିଯାଇଥିଲା।
Download Argus News App
