ଢ଼େଙ୍କାନାଳ ମାଟିର ଗର୍ବ " ବାଜି ରାଉତ "
ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ହେଲେ ସୋରେନ
ନୂଆଦିଲ୍ଲୀ: ଝାଡଖଣ୍ଡ 11ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍ । ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଭାବେ କଂଗ୍ରେସର ଦୁଇ ଓ ରାଷ୍ଟ୍ରୀୟ ଜନତା ଦଳର ଜଣେ ବିଧାୟକ ମଧ୍ୟ ଶପଥ ନେଇଛନ୍ତି ।
ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ, ପାଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋହ ଗହଲୋତ ପ୍ରଭୃତି ଉପସ୍ଥିତ ଥିଲେ । ଏଥିସହିତ ଅନ୍ୟ ବଡ଼ ବଡ଼ ନେତା ମଧ୍ୟ ଏହି ଶପଥ ଗ୍ରହଣରେ ଶାମିଲ ହୋଇନାହାଁନ୍ତି ।
ସୂଚନାଯୋଗ୍ୟ ନିକଟରେ ଶେଷ ହୋଇଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୮୧ଟି ଆସନରୁ ମହାମେଣ୍ଟ୪୭ଟି ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଥିଲା । ଜେଏମଏମ ୩୦ଟି, କଂଗ୍ରେସ ୧୬ଟି ଓ ଆରଜେଡିକୁ ଗୋଟିଏ ଆସନରେ ବିଜୟ ମିଳିଥିଲା ।
ପଶ୍ଚିମବଙ୍ଗର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତିକୁ ରାଜନୀତିରୁ ଦୂରରେ ରଖନ୍ତୁ

ଅର୍ଗସ ବ୍ୟୁରୋ : ପଶ୍ଚିମବଙ୍ଗର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏଠାକାର ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦କୁ ରାଜନୀତିରୁ ଦୂରରେ ରଖିବା ଉଚିତ୍ ବୋଲି ଗୁରୁବାର ପଶ୍ଚିମବଙ୍ଗର ବାରୁଇପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦକ୍ଷିଣ ୨୪ ପରଗନା ଜିଲ୍ଲାର ବାରୁଇପୁର ସ୍ଥିତ ବିଜେପି ଜିଲ୍ଲ
Download Argus News App
