୧୯୭୫ରୁ ୧୯୭୯ ମସିହା ପର୍ଯ୍ୟନ୍ତ ମ୍ୟାଡ଼ମ ଦ୍ରୌପଦୀ ଏଠାରେ ପଢୁଥିଲେ। କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଛାତ୍ର ଛାତ୍ରୀ ମାନେ ମହାମହିମଙ୍କୁ ସ୍ନେହ, ଶ୍ରଧା, ଭଲପାଇବା ଦେଇ ସ୍ୱାଗତ କରିବେ ବୋଲି ପ୍ରତୀକ୍ରିୟା ରଖିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ। କାର୍ଯ୍ୟକ୍ରମରେ ମହାମହିମଙ୍କ ସହପାଠୀ ମାନେ ମଧ୍ୟ ଉପସ୍ଥିତ ରହିବେ। ମହାମହିମଙ୍କ ଗସ୍ତ ନେଇ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରୀମାନେ ବେଶ ଖୁସି। ଏଇ କଲେଜ ରେ ପାଠ ପଢି ଦେଶର ରାଷ୍ଟ୍ରପତି ହୋଇଥିବା ମହିଳା ନିଜ କଲେଜକୁ ଆସିବା ସମୟରେ ଅନେକ ସ୍ମୃତି ମଧ୍ୟ ଉଜ୍ଜୀବିତ ହେବ। ତା ପୂର୍ବରୁ ଆସନ୍ତା ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ରମାଦେବୀ ପ୍ରେକ୍ଷାଳୟ ମଧ୍ୟ ଉଦ୍ଘାଟନ ହେବ। ମହାମହିମଙ୍କ ଆଡ଼ମିଶନ ଦସ୍ତାବିଜ ସହ ବିଭିନ୍ନ ସାର୍ଟିଫିକେଟର ଫଟୋ ମଧ୍ୟ ମ୍ୟାଡ଼ମଙ୍କୁ ଦେଖାଯିବ।
ଏହା ସହ ଦ୍ରୌପଦୀ ମୁର୍ମୁ ନିଜ ପଢିଲା ବେଳର ସ୍ମୃତିକୁ ଉଜ୍ଜୀବିତ କରିବେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଏବଂ ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠି ମଧ୍ୟ ଉପସ୍ଥିତ ରହିବେ। ୨ ଦିନିଆ ଓଡିଶା ଗସ୍ତରେ ମହାମହିମ ୧୧ ତାରିଖ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ସହ କଟକ ସ୍ଥିତ ଧାନ ଗବେଷଣା କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ।
ରାଜନୀତି ଖବର ଆହୁରି ପଢନ୍ତୁ ।