କ୍ୟାବିନେଟ ବୈଠକରେ ସମସ୍ତ ସାମାଜିକ, ଏକାଡେମିକ୍, ମନୋରଞ୍ଜନ, ରାଜନୈତିକ, ସାଂସ୍କୃତିକ ଏବଂ ବିବାହ କାର୍ଯ୍ୟରେ ଯୋଗଦେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ, ମୋଟ କ୍ଷମତାର 50 ପ୍ରତିଶତ ଏବଂ ସର୍ବାଧିକ 200 ଲୋକଙ୍କୁ ଇନଡୋର କିମ୍ବା ବନ୍ଦ ସ୍ଥାନରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ।
ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ଅଧିକ ଲୋକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ବୁଧବାର ହିମାଚଳ ପ୍ରଦେଶ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈକରେ କୋଭିଡ -19 ର ପ୍ରତିବନ୍ଧକ ଉପରେ ଆଉ କିଛି ରିହାତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଆହୁରି ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଥିଲା ।
Download Argus News App
