ହିମାଚଳ ପରେ ଏବେ ପୁରା ଦେଶର ଫୋକସରେ ରହିଥିବା ଗୁଜରାଟ ନିର୍ବାଚନରେ ହେବ ତ୍ରିକୋଣୀୟ ମୁକାବିଲା । ବିଜେପି ୧୯୯୫ରୁ ଗୁଜରାଟରେ କ୍ଷମତାସୀନ ରହିଛି । ତେବେ ୨୦୧୭ରେ ବିଜେପିକୁ କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଏଥରର ରାଜନୈତିକ ପାଣିପାଗ ପୂରା ବଦଳିଯାଇଛି । ଗତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଗୁଜରାଟରେ ଏଣ୍ଟ୍ରି କରିଥିବା ବେଳେ ଏଥର କିନ୍ତୁ କଂଗ୍ରେସର ଭୋଟ୍ ହାଇଜାକ୍ କଲାଣି ବୋଲି ଗ୍ରାଉଣ୍ଡଜିରୋରେ ଚର୍ଚ୍ଚା । ବିଜେପି ବିରୋଧରେ ଥିବା ଆଣ୍ଟି ଇନକମ୍ବାସି ଭୋଟ ହାତେଇ କଂଗ୍ରେସକୁ ଚେକ୍-ମେଟ୍ ଦେବାରେ ଆପ୍ କିଛିଟା ସଫଳ ହୋଇଥିବା କୁହାଜାଉଛି । ତେଣୁ ଆପ ଗୁଜୁରାଟରେ କଂଗ୍ରେସର ସ୍ପେସ ନେଉଥିବାରୁ ବିଜେପି ପାଇଁ ଏଥର ସ୍ଥିତି ବେଶ ସହଜ ହେବ ବୋଲି ଅନୁମାନ କରାଯାଉଛି । ରାହୁଲ ସୋନିଆ କାହିଁକି ନିର୍ବାଚନ ହେବାକୁ ଏହି ଦୁଇ ରାଜ୍ୟରୁ ନିଜକୁ ଦୂରେଇ ରଖୁଛନ୍ତି ତାହା ମଧ୍ୟ ଚର୍ଚ୍ଚାର ବିଷୟ । ସେହିପରି ପୂର୍ବରୁ କଂଗ୍ରେସରେ ଥିବା ପଟେଲ ନେତା ହାର୍ଦ୍ଦିକ ପଟେଲ, ଓବିସି ନେତା ଅଳ୍ପେଶ ଠାକୋର ବର୍ତ୍ମାନ ବଜେପି ଶିବିରରେ । ପରେ ପରେ ଅନେକ କଂଗ୍ରେସ ନେତା ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।
ହିମାଚଳରେ ବିଜେପି ଲଗାତାର ୨ଟି ଟର୍ମ କ୍ଷମତାରେ ରହିବାର ଇତିହାସ ସୃଷ୍ଟି ହେବାକୁ ଜାଉଥିବା ବେଳେ ଗୁଜୁରାଟରେ ମଧଯ ସମାନ ଫଳ ଦେଖିବାକୁ ମିଳିବ ବୋଲି ବିଭିନ୍ନ ପ୍ରି ପୋଲ ସର୍ଭେରୁ ଜଣାପଡିଛି । ଏବିପି-ସିଭୋଟର୍ ଦ୍ୱାରା ହୋଇଥିବା ପ୍ରି-ପୋଲ୍ ସର୍ଭେ ଗୁଜୁରାଟରେ ଶାସକ ବିଜେପିକୁ ଆଉ ଏକ ଟର୍ମ ଜିତବାର ଭବିଷଯବାଣୀ କରିଛି । ଏହି ସର୍ଭେରେ ମୋଟ 22,807 ଲୋକ ଭାଗ ନେଇଥିଲେ ଯେଉଁଥିରୁ 56 ପ୍ରତିଶତ ଭୋଟର ବିଜେପି ସମର୍ଥନରେ ଥିବା ବେଳେ AAP 20 ପ୍ରତିଶତ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିବାର ସମ୍ଭାବନା ରହିଛି ବୋଲି କୁହାଜାଉଛି । ଭୋଟର ସମର୍ଥନ ହରାଇ କଂଗ୍ରେସ ରହିଛି ବେଶ ।