ଏହି ଭାଷାର ସରଳତା, ସହଜତା, ଏବଂ ସମ୍ବେଦନଶୀଳତା ସର୍ବଦା ଆକର୍ଷିତ କରିଥାଏ ଲୋକଙ୍କୁ। ହିନ୍ଦୀ ଦିବସରେ, ମୁଁ ସେହି ସମସ୍ତ ଲୋକଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଜଣାଉଛି ଯେଉଁମାନେ ଏହାକୁ ସମୃଦ୍ଧ ତଥା ସଶକ୍ତିକରଣ କରିବାରେ ନିରନ୍ତର ଅବଦାନ ଦେଇଛନ୍ତି ବୋଲି ମୋଦି କହିଛନ୍ତି।
ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହ ଟ୍ୱିଇଟ୍ କରି ହିନ୍ଦୀ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ଟ୍ୱିଇଟ୍ରେ ଉଲ୍ଲେଖ କରିଛନ୍ତି, ରାଜଭାଷା ହିନ୍ଦୀ ଏକତା ସୁତ୍ରରେ ରାଷ୍ଟ୍ରକୁ ବାନ୍ଧି ରଖିଛି। ହିନ୍ଦୀ ସମସ୍ତ ଭାରତୀୟ ଭାଷାମାନଙ୍କର ସାଥି ଅଟେ। ହିନ୍ଦୀ ସମେତ ସମସ୍ତ ସ୍ଥାନୀୟ ଭାଷାର ସମାନ୍ତରାଳ ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ। ମୁଁ ସେହି ମହାନ ବ୍ୟକ୍ତିତ୍ୱମାନଙ୍କୁ ନମସ୍କାର କରୁଛି ଯେଉଁମାନେ ହିନ୍ଦୀର ସଂରକ୍ଷଣ ଏବଂ ପ୍ରଚାରରେ ସହଯୋଗ କରିଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।