୫୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କିନ୍ତୁ ଯେବେଠୁ ସନ୍ୟାସ ଗ୍ରହଣ କରିଛନ୍ତି ସେବେଠୁ ଜନ୍ମ ଦିନ ପାଳନ କରି ପାହାନ୍ତି। ଏହା ତାଙ୍କ ପାଇଁ କେବଳ ଗୋଟିଏ ସଂଖ୍ୟା ମାତ୍ର। ଦର୍ଶକବନ୍ଧୁ, ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ।
ସିଏମ ଯୋଗୀ ସଂସାର ସୁଖ ଛାଡି କଣ ପାଇଁ ସନ୍ୟାସ ହେବା ପାଇଁ ନିଷ୍ପତ୍ତି ନେଲେ?
କାହାଦ୍ୱାରା ହୋଇଥିଲେ ପ୍ରଭାବିତ ?
କଣ ଅଛି ସନ୍ୟାସ ପଛର କାହାଣୀ..?
ଅଜୟ ସିଂ ବିଷ୍ଟରୁ କେମିତି ହେଲେ ଯୋଗୀ ଆଦିତ୍ୟନାଥ ?
୫ ଜୁନ୍ ୧୯୭୨ ମସିହାରେ ଉତ୍ତରାଖଣ୍ଡର ପୌଡି ଗଡୱାଲଙ୍କ ପଞ୍ଚୁର ଗ୍ରାମରେ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଯୋଗୀ । ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କ ନାମ ଆନନ୍ଦ ସିଂ ବିଷ୍ଟ ଏବଂ ମାତାଙ୍କ ନାମ ସାବିତ୍ରୀ ଦେବୀ । । ପିଲାଦିନେ ଅଜୟ ସିଂ ବିଷ୍ଟ ନାମରେ ଜଣଶୁଣା ଥିଲେ ଯୋଗୀ ଆଦିତ୍ୟନାତ। ଗୋରଖପୁର ଆସିବା ପରେ ଅଜୟରୁ ଯୋଗୀ ଆଦିତ୍ୟନାଥ ହୋଇଯାଇଥିଲେ। ତେବେ ସ୍କୁଲ ଦିନରୁ ହିଁ ଯୋଗୀ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ (ABVP) ସହ ଜଡିତ। ବୋଧହୁଏ ଏହି କାରଣରୁ ସେ ଆରମ୍ଭରୁ ହିନ୍ଦୁତ୍ୱ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ |
ଯୋଗୀ ପିଲାଟି ଦିନରୁ ହିଁ ତର୍କ ବିତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ | ୧୯୮୯ରେ ହୃଷିକେଶର ଭରତ ମନ୍ଦିର ଇଣ୍ଟର କଲେଜରୁ ଦ୍ୱାଦଶ ପାସ କରିଥିଲେ। ୧୯୯୨ରେ ହେମଓ୍ବତୀ ନନ୍ଦନ ବାହୁଗୁନା ଗରୱାଲ ବିଶ୍ୱବିଦ୍ୟାଳୟରୁ ଗଣିତରେ ବିଏସସି ସମାପ୍ତ କରିଥିଲେ। ସେ ତାଙ୍କ ଛାତ୍ର ଜୀବନରୁ ରାମମନ୍ଦିର ଆନ୍ଦୋଳନରେ ଯୋଗ ଦେଇଥିଲେ। ୯୦ ଦଶକରେ ରାମ ମନ୍ଦିର ଆନ୍ଦୋଳନ ସମୟରେ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରର ମହନ୍ତ ଅବୈଧନାଥଙ୍କୁ ଅଖିଳ ଭାରତ ବିଦ୍ୟା ପରିଷଦର ଏକ କାର୍ଯ୍ୟକ୍ରମରେ ଭେଟିଥିଲେ। ମହନ୍ତ ଅବୈଧନାଥଙ୍କ ସଂସ୍ପର୍ଶରେ ଆସିବା ପରେ ଯୋଗୀ ସନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। କିଛି ଦିନ ପରେ ପିତା ମାତାଙ୍କୁ ନ ଜଣାଇ ଗୋରଖପୁର ଚାଲିଗଲେ।
ସେଠାରେ ସେ ସଂସାରର ମୋହ ମାୟା ତ୍ୟାଗ କରି ସନ୍ୟାସ ନେବାକୁ ସ୍ଥିର କଲେ। ଏପଟେ ଯୋଗୀଙ୍କ ମା ମନରେ ଏହା ଭାବିକି ଅଛନ୍ତି କି ପୁଅ ଯାଇଛି ଚାକିରି ଖୋଜିବାକୁ। ଗୋରଖପୁର ଆସିବା ପରେ ଅଜୟରୁ ହୋଇଯାଇଥିଲେ ଯୋଗୀ ଆଦିତ୍ୟନାଥ । ଗୋରଖନାଥ ମନ୍ଦିରର ମହନ୍ତ ସିଂହାସନର ଉତ୍ତରାଧକାରୀ ହେବାର ଚାରି ବର୍ଷ ପରେ ମହନ୍ତ ଅବୈଧନାଥ ଯୋଗୀଙ୍କୁ ମଧ୍ୟ ତାଙ୍କର ରାଜନୈତିକ ଉତ୍ତରାଧିକାରୀ କରିଥିଲେ। ମହନ୍ତ ଅବୈଧନାଥ ଗୋରଖପୁରର ଚାରିଥର ଏମ୍ପି ଥିଲେ। ଯୋଗୀ୨୬ ବର୍ଷ ବୟସରେ ୧୯୯୮ ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ ରୁ ଆଜି ଯାଏ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଚାଲିଛନ୍ତି। ମାତ୍ର ୨୬ ବର୍ଷ ବୟସରେ ସଂସଦରେ ପହଞ୍ଚିଥିବା ଯୋଗୀ ଆଦିତ୍ୟନାଥ ୪୫ ବର୍ଷ ବୟସରେ ୟୁପି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ କେବଳ ରାଜ୍ୟରେ ନୁହେଁ, ଦେଶ ରାଜନୀତିରେ ହିନ୍ଦୁତ୍ୱର ଚେହେରା ଭାବରେ ଜଣାଶୁଣା।ଯୋଗୀଙ୍କୁ ତାଙ୍କ ଜନ୍ମ ଦିନରେ ଅର୍ଗସ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ।
ଅଧିକ ପଢ଼ନ୍ତୁ ଦେଶ ଖବର: