ଗତ ପାଂଚ ମାସ ମଧ୍ୟରେ ବଙ୍ଗଳାଦେଶରେ ସଂଖ୍ୟା ଲଘୁ ହିନ୍ଦୁ ମାନଙ୍କ ପୂଜା ସ୍ଥଳ ଉପରେ ଆକ୍ରମଣ ହେବାର ଏହା ଦ୍ୱିତୀୟ ଘଟଣା ବୋଲି ବଙ୍ଗଳାଦେଶୀ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ଜଣେ ସ୍ଥାନୀୟ ଅଧିକାରୀ ବିପୁଲ କୁମାର କହିଛନ୍ତି ଯେ କିଛି ମନ୍ଦିର ରାସ୍ତା କଡରେ ରହିଛି । ମନ୍ଦିର ଉପରେ ଆକ୍ରମଣ ପରେ ଏହି ମନ୍ଦିର ଗୁଡିକର ସ୍ଥିତି ଅତ୍ୟନ୍ତ ଖରାପ ହୋଇ ସାରିଛି। ଘଟଣା ଶନିବାର ରାତ୍ରି ଓ ରବିବାର ପାହାନ୍ତା ମଧ୍ୟରେ ହୋଇଛି । ସେ କହିଛନ୍ତି ଯେ ଆମେ ସ୍ଥାନୀୟ ହିନ୍ଦୁ ମାନଙ୍କୁ ଭୟଭୀତ ନ ହେବାକୁ କହିଛୁ । ସୁରକ୍ଷାର ସମ୍ପୂର୍ଣ ବ୍ୟବସ୍ଥା କରାଯାଇଛି । ବର୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା ସେ ପ୍ରକାଶ କରିଛନ୍ତି ।
ଅନ୍ୟ ପକ୍ଷରେ ସ୍ଥାନୀୟ ପୂଜା ଉତ୍ସବ କମିଟିର କର୍ମକର୍ତା ମାନେ କହିଛନ୍ତି ଯେ ଉପଦ୍ରବକାରୀ ମାନେ ମୂର୍ତି ଗୁଡିକର ହାତ, ଗୋ଼ଡ ଓ ମୁଣ୍ଡକୁ ଭାଙ୍ଗି ଦେଇଛନ୍ତି । କିଛି ମୂର୍ତିକୁ ସେମାନେ ଭାଙ୍ଗି ପୋଖରୀରେ ପକାଇ ଦେଇଛନ୍ତି । ଏହି ମାମଲାର ଗଭୀରତାର ସହ ଜାଂଚ କରି ଏହି କୃତ୍ୟ କରିଥିବା ଲୋକ ମାନଙ୍କୁ ଶୀଘ୍ର ଧରି ଜେଲରେ ପୁରାଇବାକୁ ସ୍ଥାନୀୟ ହିନ୍ଦୁ ମାନେ ଦାବି କରିଛନ୍ତି।
ସିନ୍ଦୁରପିଣ୍ଡି ଅଂଚଳରେ ରହୁଥିବା ଜଣେ ବ୍ୟକ୍ତି କାଶୀନାଥ ସିଂହ ବଙ୍ଗଳାଦେଶରୁ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ଢାକା ଟ୍ରିବ୍ୟୁନକୁ କହିଛନ୍ତି ଯେ ଏହି ଆକ୍ରମଣ ପରେ ସମସ୍ତ ଅଂଚଳରେ ଭୟର ପରିବେଶ ରହିଛି । ଅଭିଯୁକ୍ତ ମାନଙ୍କୁ ଶିଘ୍ର ଚିହ୍ନଟ କରି ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ଗତ ପାଂଚ ମାସ ମଧ୍ୟରେ ବଙ୍ଗଳାଦେଶରେ ସଂଖ୍ୟା ଲଘୁ ହିନ୍ଦୁ ମାନଙ୍କ ପୂଜା ସ୍ଥଳ ଉପରେ ଆକ୍ରମଣ ହେବାର ଏହା ଦ୍ୱିତୀୟ ଘଟଣା । ଏହା ପୂର୍ବରୁ 2022 ମସିହା ଅକ୍ଟୋବର ମାସ 7 ତାରିଖ ଦିନ ଇସଲାମୀ କଟ୍ଟରପନ୍ଥୀ ମାନେ କାଳୀ ମନ୍ଦିରରେ ପ୍ରବେଶ କରି ମୂର୍ତିକୁ ଭାଙ୍ଗି ଦେଇଥିଲେ । ଏହି ମୂର୍ତି ଅତ୍ୟନ୍ତ ପୁରାତନ ମୂର୍ତି ଥିଲା ।