ରାମପୁର ଆସନରୁ ବିଜେପି ପ୍ରାର୍ଥୀ ଆକାଶ ସାକ୍ସେନାଙ୍କୁ 80964 ଭୋଟ ମିଳିଛି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ମୋହମ୍ମଦ ଅସୀମ ରାଜାଙ୍କୁ 34 ହଜାରରୁ ଉର୍ଧ ଭୋଟରେ ପରାଜିତ କରିଛନ୍ତି । ଅସିମ ରାଜାଙ୍କୁ 47, 262 ଭୋଟ ମିଳିଛି । ତେବେ ରାମପୁରରେ ଏଭଳି ଘଟଣା ହେବାକୁ ସହଜରେ ଗ୍ରହଣ କରି ପାରି ନାହିଁ । କାରଣ ସମାଜବାଦୀ ପାର୍ଟି କେବେ ହେଲେ ଏହି ସିଟରେ ଆଉ କେହି ବିଜୟୀ ହେବେ ବୋଲି କଳ୍ପନା କରି ନଥିଲା ।
ସମାଜବାଦୀ ପାର୍ଟିର ପରାଜିତ ପ୍ରାର୍ଥୀ ଅସିମ ରାଜା ମଧ୍ୟ ଠିକ ସେହିଭଳି ବକ୍ତବ୍ୟ ଦେଇଛନ୍ତି । ନିର୍ବାଚନରେ ପରାଜୟ ପରେ ସାଧାରଣ ଭାବେ ରାଜନୈତିକ ଦଳ ମାନେ ଇଭିଏମକୁ ଦୋଷ ଦେଇଥିବା ଦେଖିବାକୁ ମିଳିଥାଏ । ହେଲେ ଅସିମ ରାଜା ଇଭିଏମକୁ ଦୋଷ ଦେଇ ନାହାନ୍ତି । ସେ ସିଧା ସିଧା କହିଛନ୍ତି ଯେ ପୋଲିସ ହିଁ ତାଙ୍କୁ ହରାଇଛି । ପୋଲିସକର୍ମୀ ମାନେ ତାଙ୍କ ଭୋଟର ମାନଙ୍କୁ ଭୋଟ ଦେବାକୁ ନ ଦେବା କାରଣରୁ ତାଙ୍କର ପରାଜୟ ହୋଇଛି ।ସେ କହିଛନ୍ତି ଯେ ରାମପୁର ଠାରେ ନିର୍ବାଚନ ହିଁ ହୋଇ ନାହିଁ । ରାମପୁର ସହରର 2 ଶହ ମତଦାନ କେନ୍ଦ୍ରରେ ଭୋଟର ମାନଙ୍କୁ ଭୋଟ ଦେବାକୁ ଦିଆଯାଇ ନାହିଁ ।
ବୁଥ ଗୁଡିକୁ ଲୁଂଠନ କରାଯାଇଛି । ସମସ୍ତ ବୁଥକୁ କ୍ୟାପଚର କରା ଯାଇଛି । ଏହି ଅଂଚଳ ସମ୍ପୂର୍ଣ ଭାବେ ସମାଜବାଦୀ ପାର୍ଟିର ଗଡ ଥିଲା । ହେଲେ ସେଠାରେ ଲୋକ ମାନଙ୍କୁ ଭୋଟ ଦେବାକୁ ଦିଆଯାଇ ନାହିଁ ।
ରାଜନୀତି ଖବର ଆହୁରି ପଢନ୍ତୁ ।