ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ବ କରି କ୍ରୀଡାବିତ ଓ କ୍ରୀଡାବିତଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଆନନ୍ଦର ଲହରୀ । ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଭାରତୀୟ ହକି ଦଳକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ସଭିଏଁ । ଖେଳାଳୀଙ୍କ ଘର ଲୋକଙ୍କୁ ଖୁସି ତ କହିଲେ ନ ସରେ....
ତେବେ ଆସନ୍ତୁ ନଜର ପକାଇବା କିଛି ଖେଳାଳୀଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା...
ଭାରତ ବ୍ରୋଞ୍ଜ ପଦକ ଜିତିବା ପରେ କେରଳର ପାଲିକକାରାରେ ଗୋଲକିପର PR ଶ୍ରୀଜେଶଙ୍କ ପରିବାର ସଦସ୍ୟ ଖୁବ୍ ହୋଇଥିଲେ । ବାଣ ଫୁଟାଇ ନାଚିବାକୁ ଲାଗିଥିଲେ ପରିବାରର ପ୍ରତ୍ୟେକ ସଦସ୍ୟ ।
#WATCH | Family members of Goalkeeper PR Sreejesh in Pallikkara, Kerala express their joy soon after team India won #Bronze medal in Men's Hockey game at Tokyo #Olympics pic.twitter.com/F6YB9TuCtc — ANI (@ANI) August 5, 2021
ସେହିପିର ପଞ୍ଜାବର ମନଦୀପ ସିଂହଙ୍କ ପରିବାର ଲୋକଙ୍କୁ ଖୁସି କହିଲେ ନସରେ । ଗୀତ ବଜାଇ ପରିବାର ଲୋକେ ଧୁମ ନାଚୁଛନ୍ତି । ନାଚି ନାଚି ପୁଅକୁ ନେଇ ଗର୍ବ କରୁଛନ୍ତି ମନଦୀପ ସିଂହ ଙ୍କ ବାପା ରବିନ୍ଦର ସିଂହ । ଖୁସିରେ ବିଭୋର ହୋଇ କହିଛନ୍ତି ଭାରତର ଏହି ଦମଦାର ବିଜୟ ପରେ ଖୁସିକୁ ବୟାନ କରିବାକୁ ମୋ ପାଖରେ ଭାଷା ନାହିଁ ।
#WATCH | Punjab: Hockey player Mandeep Singh's family in Jalandhar celebrate after Team India clinched #Bronze medal in Men's Hockey in #TokyoOlympics
"India has won medal after many years. I'm speechless over what India has achieved today," says Mandeep's father Ravinder Singh pic.twitter.com/tQwWHnzfDS — ANI (@ANI) August 5, 2021
ସେହିପରି ଆଉ ଜଣେ ଖେଳାଳୀ ହେଲେ ପଞ୍ଜାବର ଗୁରୁଜାନ୍ତ ସିଂହ..
ଅମୃତସରରେ ହାତରେ ହକି ଷ୍ଟିକ୍ ଧରି ଚକେ ଦେ ଇଣ୍ଡିଆ ଗୀତ ଲଗାଇ ଘରର ପ୍ରତ୍ୟେକ ବ୍ୟକ୍ତି ନାଚୁ ଥିବା ଦେଖିବାକୁ ମିଳିଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଚକଦେ ଇଣ୍ଡିଆ ।
#WATCH | Punjab: Family members of hockey player Gurjant Singh in Amritsar celebrate the victory of Team India's match against Germany.
India won #Bronze medal in Men's Hockey in #TokyoOlympics. This is India's first Olympic medal in hockey after 41 years. pic.twitter.com/tgmXaXMVsZ — ANI (@ANI) August 5, 2021
ସେହିପରି ମଣିପୁର ନୀଳକାନ୍ତ ଶର୍ମାଙ୍କ ଘରେ ମଧ୍ୟ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାରେ ବାଜା ବଜାଇ ବାଣ ଫୁଟାଇ ଭାରତର ଏହି ଐତିହାସିକ ବିଜୟକୁ ଭରପୁର ମଜା କରୁଛନ୍ତି ପରିବାର ଲୋକେ ।
#WATCH | Manipur: Family members and neighours of hockey player Nilakanta Sharma in Imphal dance as they celebrate the victory of team India in Men's Hockey.
India won #Bronze medal in Men's Hockey against Germany in Tokyo #Olympics pic.twitter.com/dEF92jtNse — ANI (@ANI) August 5, 2021