ନେଦରଲ୍ୟାଣ୍ଡ ତରଫରୁ ଦୁଇଟି ଯାକ ଗୋଲ ଜିପ୍ ଜନ୍ସିନ ଦେଇଛନ୍ତି। ସଂପୂର୍ଣ୍ଣ ସମୟରେ ଉଭୟ ଦଳ ୨-୨ ରେ ରହିଥିଲେ। ତାପରେ ଉଭୟଙ୍କ ମଧ୍ୟରେ ପେନାଲଟି ଶୁଟ ଆଉଟ୍ ହେଇଥିଲା ଏବଂ ପେନାଲଟି ଶୁଟ ଆଉଟରେ ନେଦରଲାଣ୍ଡକୁ ୩-୨ ଗୋଲରେ ହରେଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ବେଲଜିୟମ।
ବେଲଜିୟମ ହେଉଛି ଡିଫେନଡିଂ ଚମ୍ପିୟାନ। ଆସନ୍ତା ୨୯ ତାରିଖରେ ସନ୍ଧ୍ୟା ୭ ଟାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ରେ ଖେଳାଯିବ ଫାଇନାଲ ମ୍ୟାଚ ଏହା ସହିତ ୪:୩୦ ରେ ଅଷ୍ଟ୍ରେଲିଆ ଆଉ ନେଦରଲାଣ୍ଡ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।