ଆର୍ଜେଣ୍ଟିନା ୧-୩ ଗୋଲରେ ପରାଜିତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା। ନେଦରଲାଣ୍ଡସ ପୂର୍ବରୁ ୧୯୭୪, ୧୯୭୮, ୧୯୮୩, ୧୯୮୬, ୧୯୯୦, ୨୦୦୬, ୨୦୧୪ ଓ ୨୦୧୮ ସଂସ୍କରଣରେ ଚାମ୍ପିଅନ ହେଇଥିଲା। ଫାଇନାଲ ମ୍ୟାଚ୍ରେ ନେଦରଲାଣ୍ଡସ୍ର ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ରହିଥିଲା। ୧୭, ୨୪, ୩୪ ମିନିଟ୍ରେ ଦଳ ୩ଟି ଗୋଳ୍ ଦେଇ ୩-୦ରେ ଅଗ୍ରଣୀ ହାସଲ କରିଥିଲା। ୪୬ ମିନିଟ୍ରେ ଆର୍ଜେଣ୍ଟିନା ମାତ୍ର ଗୋଟିଏ ଗୋଲ୍ କରିବାରେ ସଫଳ ହୋଇଥିଲା ।