ଅଧିକ ପଢନ୍ତୁ : ସୁଦୂର ଆମେରିକାରେ ହୋଲି ପାଳନ
ଏହି ହୋଲି ଉତ୍ସବ ଅଷ୍ଟ୍ରେଲିଆ ବିଭିନ୍ନ ସହର ମାନଙ୍କରେ ପାଳନ କରାଯାଇଥିଲା । ଡଲ୍ସ ପଏଣ୍ଟ ବିଚ୍ (ନ୍ୟୁ ସାଉଥ ୱେଲ୍ସ), ସଟନ୍ ବିଚ୍ (କୁଇନ୍ସଲ୍ୟାଣ୍ଡ), ୱେଲିଙ୍ଗଟନ୍ ସ୍କୋୟାର (ପଶ୍ଚିମ ଅଷ୍ଟ୍ରେଲିଆ), ୱିଣ୍ଡହମ୍ ଭାଲେ (ଭିକ୍ଟୋରିଆ)ର ସୁନ୍ଦର ସମୁଦ୍ର କୂଳରେ ଅନୁଷ୍ଠିତ ହୋଇଥିଲା ।
ହୋଲି ଖେଳିବା ସହିତ ଲୋକପ୍ରିୟ ଓଡିଆ ଏବଂ ହିନ୍ଦୀ ହୋଲି ଗୀତରେ ନାଚି ଥିଲେ । ଏହା ବ୍ୟତୀତ ପ୍ରବାସୀ ଓଡିଆ ସୁନ୍ଦର ସୁନ୍ଦର ଖାଦ୍ୟର ମଜା ମଧ୍ୟ ନେଇଥିଲେ । ବିଦେଶରେ ରହିଥିଲେ ମଧ୍ୟ ଆମ ସଂସ୍କୃତି ଓ ପରମ୍ପରାର ଝଲକ ହୋଲିକୁ କେହି ଭୁଲି ନାହାନ୍ତି । ବିଦେଶରେ ଥାଇ ସମସ୍ତ ଓଡିଶାବାସୀଙ୍କୁ ହୋଲି ଅବସରରେ ଅଷ୍ଟ୍ରେଲିଆରୁ ଶୁଭେଛା ଜଣାଇଛନ୍ତି ପ୍ରବାସୀ ଓଡିଆ । ଏହା ସହିତ ସମସ୍ତଙ୍କର ସୁସ୍ଥ ଓ ନିରୋଗ ଜୀବନ କାମନା କରିଛନ୍ତି ।