ଲଜ ତଳେ ଥିବା ଗାଡ଼ି ଚାର୍ଜିଂ ପଏଣ୍ଟରେ ସର୍ଟ ସର୍କିଟ୍ ପରେ ଏକ ବ୍ୟାଟେରୀ ଫାଟି ଯାଇଥିଲା । ଯାହାଫଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ବେଳେ ବିଲ୍ଡିଂରେ ୨୫ ଜଣ ଲୋକ ରହିଥିଲେ । ଅଗ୍ନିକାଣ୍ଡ ବେଳେ ବଲ୍ଡିଂର ବେସ୍ମେଣ୍ଟ୍ରେ ୪୦ଟି ଇଲେକ୍ଟ୍ରିକ୍ ଗାଡ଼ି, ୪ଟି ବ୍ୟବସାୟିକ ସିଲିଣ୍ଡର, ଗୋଟିଏ ଜେନେରେଟର ରହିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଅଗ୍ନିକାଣ୍ଡକୁ ନେଇ ହାଇଦ୍ରାବାଦ ପୋଲିସ କମିଶନର ସିଭି ଆନନ୍ଦ କହିଛନ୍ତି, "ହୋଟେଲର ୪ଟି ଫ୍ଲୋର୍ରେ ମୋଟ ୨୩ଟି ରୁମ୍ ରହିଛି । ସିଡ଼ି ଜରିଆରେ ନିଆଁ ଧୂଆଁ ବାକି ବିଲ୍ଡିଂରେ ପହଞ୍ଚିଥିଲା । ଧୂଆଁ ଯୋଗୁଁ ପ୍ରଥମ ଓ ଦ୍ବିତୀୟ ବିଲ୍ଡିଂରେ ଥିବା ୮ଜଣଙ୍କ ମୃତ୍ୟୁ ହୋଇଛି ।"
ସେପଟେ ହାଇଦ୍ରାବାଦ ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ନପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ । ଆହତଙ୍କୁ ୫୦ ହଜରା ଟଙ୍କା ଅନୁକମ୍ପାରାଶି ପ୍ରଦାନ କରାଯିବ ।"