ଦୁଇ ଦେଶ ମଧ୍ୟରେ ବାରମ୍ବାର ଏକ ପ୍ରକାର ଜୁଦ୍ଧଭିତ୍ତିକ ସ୍ଥିତି ଲାଗୁଥିବାରୁ ଏହି ହଟଲାଇନ ଅନେକ ସମସ୍ୟାର ସମାଧାନ କରିପାରିବ ବୋଲି ଆଶା କରାଯାଉଛି । ଗତବର୍ଷ ପୂର୍ବ ଲଦ୍ଦାଖରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଦୁଇ ଦେଶ ମଧ୍ୟରେ 12TH କର୍ପସ କମାଣ୍ଡରସ୍ତରୀୟ ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି ।
ଏହି ପରିପ୍ରେକ୍ଷୀରେ ଲଦାଖ ସୀମାର ଗୋଗ୍ରା ଓ ହଟ ସ୍ପ୍ରିଙ୍ଗ ଅଂଚଳରୁ ମଧ୍ୟ ଚୀନର ପିଏଲଏ ପଛକୁ ହଟିବ ବୋଲି ଏହି ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି । ଶନିବାର ଅନୁଷ୍ଠିତ ଏହି ବୈଠକରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନରାଲ ପିଜିକେ ମେନନ ଓ ଚୀନ ପକ୍ଷରୁ ଚିଫ ମେଜର ଜେନରାଲ ଲିଉ ଲିନ ଭାଗ ନେଇଥିଲେ ।