ମୁମ୍ବାଇର ମାଲବଣୀ ଅଞ୍ଚଳରେ ଏହି ଅଘଟଣ ହୋଇଥିବା କୁହାଯାଇଛି । ଭୁଷୁଡିଲା କୋଠା ନିଟକରେ ଥିବା ଅନ୍ୟ ୩ ବହୁତଳ ବିଶିଷ୍ଟ କୋଠା ମଧ୍ୟ ବିପଦଜନକ ସ୍ଥିତିରେ ରହିଛି । ଫଳରେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରକରି କୋଠା ଖାଲି କରାଯାଇଥିବା ମୁମ୍ବାଇ ନଗର ନିଗମ ପକ୍ଷରୁ କୁହାଯାଇଛି ।
ଲଗାଣ ବର୍ଷା: ମୁମ୍ବାଇରେ ଭୁଷୁଡିଲା ୪ ମହଲା କୋଠା, ୧୧ ମୃତ

ଅର୍ଗସ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ଭୁଷୁଡିଲା ୪ ମହଲା କୋଠା । ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ୧୫ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଏବେ ବି ଭିତରେ ଫଶିଥିବା ଲୋକଙ୍କୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ବିଡିବିଏ ନଗର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Download Argus News App
