ଅର୍ଗସ ବ୍ୟୁରୋ: ପଞ୍ଜାବରେ ପ୍ରବଳ ବର୍ଷା ଯୋଗୁଁ ଛାତ ଭୁଶୁଡିବାରୁ ଗୋଟିଏ ପରିବାରର4 ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଗାଁର ମୁଲେଚକରେ ଗୁରୁବାର ରାତି ପାଖାପାଖି 2 ଟାରେ ଘଟିଛି । ପରିବାର ଲୋକେ ନିଦରେ ଶୋଇଥିବା ଅବସ୍ଥାରେ ଭୁଶୁଡିଥିଲା କାନ୍ଥ ।
ଘଟଣା ସୂଚନା ପଡୋଶିମାନେ ପୋଲିସ୍କୁ ଦେଇଥିଲେ । ଘଟଣାରେ ସାତ ବର୍ଷର ନୈନା ଗମ୍ଭୀର ଭାବେ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଅଜୟ(38), ତାଙ୍କ ସ୍ତ୍ରୀ ଏବଂ ଦୁଇଜଣ ଜାଆଁଳା ପୁତ୍ର (6 ମାସ) ସାମିଲ ଅଛନ୍ତି । କୁହାଯାଉଛି ଯେ ଅଜୟ ଯେଉଁ ଘରେ ରହୁଥିଲେ ସେ ଘରର ଛାତ କଞ୍ଚା ଥିଲା ।
ସୂଚନାମୁତାବକ ଗୁରୁବାର ରାତିରେ ଅତିରୁ ଅତି ପ୍ରବଳ ବର୍ଷା ହୋଇଥିଲା । ହଠାତ୍ ଏକ ବଡ ଧରଣର ଶଦ୍ଧ ହେବାସହ ଅଜୟଙ୍କ ଘରର କାନ୍ଥ ଓ ଘରର ଛାତ ମଧ୍ୟ ଗଳି ପଡିଥିଲା । ଏହି ଦୁର୍ଘଟଣାରେ ଅଜୟର ପରିବାର ଚାପି ହୋଇ ମୃତ୍ୟୁବରଣ କରିଥିଲେ । ଆଖପାଖ ଲୋକ ଅଜୟ ଏବଂ ଅନ୍ୟ ସଦସ୍ୟଙ୍କୁ ବାହାରକୁ ବାହାର କରିଥିଲେ । କିନ୍ତୁ ସେତେବେଳକୁ 4 ଜଣଙ୍କର ମୃତ୍ୟୁ ହୋଇସାରିଥିଲା ।
